ଓଡ଼ିଆ ନ୍ୟୁଜ୍: ବିହାରର ବିଧାନସଭା ନିର୍ବାଚନକୁ ବେଶ ସରଗରମ ରହିଛି ବିହାର ରାଜନୀତି। ଚଳିତ ବର୍ଷ ହେବାକୁ ଥିବା ବିହାର ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛି ଆମ୍ ଆଦମୀ ପାର୍ଟି। ତେବେ ପାର୍ଟି ସଭିଙ୍କୁ ଚକିତ କରି ସମସ୍ତ ସିଟ୍ରେ ଲଢିବାକୁ ଘୋଷଣା କରିଛି। ଏଏନଆଇ ସହ ଆଲୋଚନା ବେଳେ ସୌରଭ ଭରଦ୍ଵାଜ କହିଛନ୍ତି, ଗୁଜରାଟରେ ପାଞ୍ଚଟି ଆସନରେ ଉପ ନିର୍ବାଚନ ହେବାର ଥିଲା।ଚାରୋଟି ଆସନରେ ପ୍ରାର୍ଥୀ ଦେଇଥିଲା କଂଗ୍ରେସ।
ଆଉ ଗୋଟିଏ ସିଟ୍ରେ ଆପ୍ ପ୍ରାର୍ଥୀ ଦେଇଥିଲା। ପୂର୍ବରୁ ସ୍ଥିର ହୋଇଥିଲା ଯେ, ଯେଉଁ ସିଟ୍ରେ ଯେଉଁ ଦଳର ପ୍ରାର୍ଥୀ ନିର୍ବାଚନ ଜିତିଥିଲେ, ସେଠି ସେହି ଦଳ ନିଜର ପ୍ରାର୍ଥୀ ଦେବ। ସେହି ଅନୁସାରେ କଂଗ୍ରେସ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଆମ ଭାଗରେ ଥିବା ଗୋଟିଏ ଆସନରେ ଆମେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ବି ସେଠାରେ ନିର୍ବାଚନ ଲଢିଲା। ଏମିତି କରି କଂଗ୍ରେସ ମେଣ୍ଟ ଧର୍ମ ଭଙ୍ଗ କରିଛି। ତେଣୁ ଏଥିରୁ ପାର୍ଟି ଉଚିତ୍ ଶିକ୍ଷା ନେଇ ବିହାରରେ କାହାରି ସହ ମେଣ୍ଟ ନ କରି ସବୁ ଆସନରେ ଏକା ଲଢିବାକୁ ନିଷ୍ପତ୍ତି ନେଇଛି।