ସର୍ତ ରଖି କେତେକ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ଅନୁମତି

0

ମହାମାରୀ କରୋନା ଭାଇରସ୍ ର ଭୟାବହକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର କେତେକ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି l ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସର୍ତମୂଳକ କେତେକ ଦୋକାନ ଖୋଲିବାକୁ ଘୋଷଣା କରିଛନ୍ତି l ସମୂହ ମଧ୍ୟରେ ଅନ୍ୟମାନଙ୍କୁ ଛାଡି ଅଲଗା ହୋଇଥିବା ଦୋକାନ ଗୁଡିକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି l ଆବାସିକ ଦୂରତା ମଧ୍ୟରେ ଥିବା ଦରଜୀ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି l ସେହିପରି ଗ୍ରାମାଞ୍ଚଳ ବଜାରରେ ଥିବା ସମସ୍ତ ଦୋକାନ ଖୋଲାଯାଇ ପାରିବ ଏବଂ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ଏବଂ ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୟ ହୋଇପାରିବ l ଏହାରି ଭିତରେ କେତେକ ସର୍ତ ରଖିଛନ୍ତି କେନ୍ଦ୍ର ସରକାର ଦୋକାନ ମାନଙ୍କରେ ସାମାଜିକ ଦୂରତା ଅବଲମ୍ବନ କରିବା, ସମସ୍ତେ ମାକ୍ସ ବ୍ୟବହାର କରିବା ଏବଂ ଏହା ସହିତ ଦୋକାନର କର୍ମଚାରୀ ମାନଙ୍କ ସଂଖ୍ୟା 50% କମ୍ ରଖିବା ଉପରେ ଗୁରୁତ୍ଵ ଦିଆଯାଇଛି l ଏହା ସହ ମଲ୍ ଏବଂ ସିନେମା ହଲ୍ ନ ଖୋଲିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଏହା ସହ କମ୍ପ୍ଲେକ୍ସ୍ ମଧ୍ୟରେ ଥିବା ଅନେକ ଦୋକାନ, ସପିଙ୍ଗ କମ୍ପ୍ଲେକ୍ସ ମଲ୍ ରେ ଥିବା ବଟିକ, ମଦ ଦୋକାନ ନ ଖୋଲିବା ନେଇ ଗୁରୁତ୍ୱ ଦେଇଛନ୍ତି l

Leave A Reply

Your email address will not be published.