ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ହତ୍ୟା

0

ସ୍ୱର୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ କୁମାରମଙ୍ଗଲମଙ୍କ ପତ୍ନୀ ଆଡଭୋକେଟ୍ କିଟ୍ଟି କୁମାରମଂଗଲମଙ୍କୁ ହତ୍ୟା କରାଯାଇଛି । ବସନ୍ତ ବିହାରସ୍ଥିତ ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ତାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସନ୍ଦେହରେ ଥିବା ୨ ଜଣ ଫେରାର ରହିଛନ୍ତି।

ପୂର୍ବତନ ମନ୍ତ୍ରୀଙ୍କ ସ୍ତ୍ରୀ ୬୭ ବର୍ଷୀୟା କିଟ୍ଟି ବସନ୍ତ ବିହାରସ୍ଥିତ ନିଜର ନିବାସରେ ୨ୟ ମହଲାରେ ରହୁଥିଲେ ଏବଂ ରାତିରେ ଦୁର୍ବୃତ୍ତ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । କିଟ୍ଟିଙ୍କ ଘରେ କାମ କରୁଥିବା ମହିଳା ଜଣଙ୍କ ପୋଲିସକୁ କହିଛନ୍ତି ଯେ ମଙ୍ଗଳବାର ରାତି ପାଖାପାଖି ୯ଟାରେ ରାଜୁ ନାମକ ଜଣେ ବ୍ୟକ୍ତି ଆସିଥିଲା । ସେ କବାଟ ଖୋଲିବା କ୍ଷଣି ପୁଣି ୨ ଜଣ ଲୋକ ଧସେଇ ପଶିଥିଲେ ଏବଂ ସେମାନେ ତକିଆରେ ମୁହଁ ରଖି କିଟ୍ଟିଙ୍କୁ ହତ୍ୟା କରିଥିଲେ । କାମବାଲିଙ୍କ ବୟାନକୁ ଭିତ୍ତିକରି ସଫେଇ କର୍ମଚାରୀ ରାଜୁକୁ ଅଟକ ରଖିଛି ପୋଲିସ୍ । ୨୪ ବର୍ଷୀୟ ରାଜୁ ବସନ୍ତ ବିହାରର ଭୱର ସିଂହ ପରିସରରେ ରହୁଥିବା ଜଣାପଡ଼ିଛି । ତେବେ ଅନ୍ୟ ୨ ଅଭିଯୁକ୍ତଙ୍କ ପରିଚୟ ମିଳିଥିଲେ ମଧ୍ୟ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ଛାନଭିନ୍ ଚଳାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିଆର୍ କୁମାରମଂଗଳମ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ । କର୍କଟ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.