ପରୀକ୍ଷା ବାତିଲକୁ ନେଇ ତେଜିଲା ରାଜନୀତି

0

ଓଡ଼ିଆ ନ୍ୟୁଜ୍: ବାରମ୍ବାର ପରୀକ୍ଷା ବାତିଲକୁ ନେଇ ଜୋର ଧରିଲା ରାଜନୀତି।ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରତିକ୍ରିୟା।’ଅନ୍ଧାରକୁ ଠେଲି ହୋଇ ଯାଉଛି ମେଧାବୀ ପିଲାଙ୍କ ଭବିଷ୍ୟତ’।’ସରକାରୀ ପରୀକ୍ଷା ପରିଚାଳନାରେ ବାରମ୍ବାର ବିଭ୍ରାଟ ହେଉଛି’।’୧୮ ମାସରେ ୧୮ ସରକାରୀ ପରୀକ୍ଷାରେ ଅନିୟମିତତା ହେଲାଣି’।’ସରକାର ଯୁବପିଢ଼ିଙ୍କ ଭବିଷ୍ୟତକୁ ନେଇ ଗୁରୁତ୍ୱ ଦେଉନାହାନ୍ତି’।

କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତାଙ୍କ ପ୍ରତିକ୍ରିୟା।’ସରକାରଙ୍କ ଅପାରଗତା ଦିନକୁ ଦିନ ପ୍ରମାଣିତ ହେଉଛି’। ‘ଆଶାୟୀ ଚାକିରିଆଙ୍କ ସହ ଏପରି ଖେଳ ନ ଖେଳନ୍ତୁ ସରକାର’। ‘ଛାତ୍ରଛାତ୍ରୀ ତାତିଲେ ସରକାର କିଛି କରିପାରିବେ ନାହିଁ ‘। ନବୀନଙ୍କୁ ଟାର୍ଗେଟ୍‌ କଲେ ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ। ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା।’ସେହିପରି ପରୀକ୍ଷା ହେଉ ବୋଲି ବୋଧେ ନବୀନ ପଟ୍ଟନାୟକ ଚାହୁଁଛନ୍ତି’।’ବିଜେଡି ଭବିଷ୍ୟତ ଅନ୍ଧକାରକୁ ନେଇ ଚିନ୍ତିତ ନବୀନ’।

Leave A Reply

Your email address will not be published.