ଏହି କ୍ରିମ ଓ ଲୋଶନ ପ୍ରତିଦିନ ମୁହଁରେ ଲଗାଇବା ଦ୍ୱାରା ମୁହଁର ଶୁଷ୍କତା ଦୂର ହୁଏ।

0

ଶୀତଦିନେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ଅଧିକ ସମୟ ରହିନଥାଏ। କିଛି ସହଜ ଓ ଘରୋଇ ଉପଚାର ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ଘରୋଇ ଉପଚାର ବିଷୟରେ
ତୁଳା ସାହାଯ୍ୟରେ ନିଜ ମୁହଁରେ ଅଲିଭ ଅଏଲ ଲଗାନ୍ତୁ। ଏହା ପରେ ହାତରେ ଧୀରେ ଧୀରେ ମୁହଁକୁ ମାଲିସ କରନ୍ତୁ। ପ୍ରତିଦିନ ଏପରି କଲେ ମୁହଁର ଶୁଷ୍କତା ଦୂର ହୋଇଥାଏ।
ନିୟମିତ ନଡ଼ିଆ ତେଲକୁ ତୁଳାରେ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହୋଇଥାଏ।
ମହୁ ଓ କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ ଏହାକୁ ମୁହଁରେ ଭଲ ଭାବେ ଲଗାନ୍ତୁ। ୧୫ ରୁ ୨୦ ମିନିଟ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହେବା ସହ ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ।
ଘିକୁଆଁରୀ ଜେଲ –
ଘିକୁଆଁରୀ ଜେଲକୁ ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ମୁହଁର ଶୁଷ୍କତା ଦୂର ହୁଏ।

Leave A Reply

Your email address will not be published.