ଏଭଳି କରନ୍ତୁପାଦ ଫଟା ସମସ୍ୟା ଦୂର ହେବ ।

0

ଶୀତଦିନେ କେତେଜଣଙ୍କର ପାଦ ଫଟା ସମସ୍ୟା ବଢ଼ିଯାଏ। ଥଣ୍ଡା ପାଗ କାରଣରୁ ଅନେକଙ୍କର ପାଦ ଫାଟି ରକ୍ତ ମଧ୍ୟ ବାହାରେ। ଏଇ ଦିନେ ପାଦ ଓ ଗୋଇଠି ଫଟାର ଘରୋଇ ଉପଚାର କରିବା ଭଲ।
– ଖିର ୨ଚାମଚରେ ଅଧ ଚାମଚ ମହୁ ମିଶାଇ ପାଦ ଫଟାରେ ତୁଳା ସାହାଯ୍ୟରେ ଲଗାଇବେ। ୧୦-୧୫ଦିନ ରାତିରେ ଶୋଇବା ପୂର୍ବରୁ ଏଭଳି କଲେ ଆରାମ ମିଳେ।
– ନଡ଼ିଆ ତେଲ ଓ ଅଲିଭ ତେଲ ପାଦ ପାଇଁ ଭଲ ମଏଶ୍ଚରାଇଜର୍ ଭଳି କାମ କରେ। ଗାଧୋଇବା ସମୟରେ ପାଦକୁ ପ୍ୟୁମିକ୍‌ ଷ୍ଟୋନ୍‌ରେ ଭଲରେ ଘଷି ମଇଳା ବାହାର କରନ୍ତୁ। ଶୋଇବା ସମୟରେ ତେଲକୁ ଉଷୁମ କରି ଲଗାଇବେ। ପାଦ ଫଟା ସମସ୍ୟା ଦୂରେଇଯିବ।
– ଚାଉଳକୁ ଗୁଣ୍ଡ କରି ସେଥିରୁ ୧ଚାମଚ ଓ ମହୁ ଅଧ ଚାମଚ ମିଶାଇ ପାଦ ଉପର-ତ​‌େ​‌ଳ ଲଗାଇ ଶୁଖିବା ପରେ ଧୁଅନ୍ତୁ। ଏହା ପାଦ ପାଇଁ ଭଲ ସ୍କ୍ରବ୍ ଭଳି କାମ କରିଥାଏ।
– ଗ୍ଲିସେରିନ୍ ଯେପରି ତ୍ବଚା ପାଇଁ ମଏଶ୍ଚରାଇଜର୍ ଭଳି କାମ କରେ, ପାଦରେ ମଧ୍ୟ ଏହା ପ୍ୟାକ୍ ପରି କାମ କରେ। ଗ୍ଲିସେରିନ୍‌କୁ ତୁଳାରେ ନେଇ ପାଦରେ ଲଗାଇବେ। ଶୋଇବା ସମୟରେ ଏହି କାମ କରିବା ଉଚିତ।
– ଉଷୁମ ପାଣିରେ ନିୟମିତ ପାଦ ସଫା କରିବା ଭଲ। ପାଦରେ ଭଲ ମଏଶ୍ଚରାଇଜର୍ ଲଗାଇଲେ ଫଟା ସମସ୍ୟା ଦୂର ହୋଇଯାଏ।

Leave A Reply

Your email address will not be published.