ଏଭଳି କୌଣସି ଆପ୍ସ ଡାଉନଲୋଡ଼ କରି ନିଜଲାଗି ବିପଦକୁ ଡାକି ଆଣନ୍ତୁ ନାହିଁ I

0

ମାତିଛନ୍ତି ଅନଲାଇନ ଲୁଟେରା I ଲୋକଙ୍କୁ ଦେଉଛନ୍ତି ଧମକ I ଏଭଳି ଲୋକଙ୍କ ଥାରୁନିଜକୁ ଦୁରେଇ ରଖନ୍ତୁ I ଏମାନଙ୍କ କଥାକୁ ବିଶ୍ୱାସ କରି ହରାନ୍ତୁ ନାହିଁ ନିଜର ମୂଲ୍ୟବାନ ଧନ ସମ୍ପତ୍ତି I ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ଓ ଯୋଜନା ର ଲୋଭ ଦେଖାଇ ଆପଣଙ୍କୁ କରିଥାନ୍ତି ସର୍ବସ୍ୱାନ୍ତ I ଆପଣଙ୍କ ବର୍ଷ ବର୍ଷର ପରଶ୍ରମରଅର୍ଜିତ ଧନ ଆଖି ପିଛୁଳାକେ ହୋଇଯିବ ଗାୟବ I ଗୁଗୁଲ ପ୍ଲେଷ୍ଟୋର ଏଭଳି କିଛି ଆପ ରହିଛି ଯାହାକୁ ଆପଣ ଡାଉନଲୋଡ଼ କରିବା ପରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି I Asan loan, cash cola, cash host, CASH NOW, CASH PARK, FLIP CASH, kokocash, Rich cash, CREDIT LAASI , CASH COLA ଭଳି ଆପ୍ପ ରେ ସାଧାରଣତଃ ଏହିଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି ବୋଲି ଜଣା ପଡିଛି I ଆପଣ ମଧ୍ୟ ଗୁଗୁଲରେ ସର୍ଚ୍ଚ କରି ଦେଖି ପାରନ୍ତି ଏହିଭଳି ଆପ୍ସ ନାଁରେ ଅନେକ ଅଭିଯୋଗ ବିଭିନ ବିଭାଗରେ ରହିଛି I ଏହି ସବୁ ଘଟଣା ଅନେକ ଲୋକଙ୍କୁ ସର୍ବସ୍ୱାନ୍ତ କରିଦଉଛି I ଲୋଭନୀୟ ଅଫର ଲୋଭରେ ଅନେକ ଏଭଳି ଠକାମିର ଶିକାର ହେଉଛନ୍ତି ତ ଆଉ କେତେକ ନିଜ ସମ୍ମାନ କୁ ଜଗି ଲୋନ ନ ନେଇ ମଧ୍ୟ ସେମାନଙ୍କ କଥାରେ ସେମାନଙ୍କୁ ସେମାନଙ୍କ ଦାବି ମୁତାବକ ଟଙ୍କା ଦେଇ ଦେଉଛନ୍ତି I ଏତିକିରେ ସେମାନଙ୍କ କାମ ସରିଯାଏନି ସେମାନେ ଆପଣଙ୍କ ମୋବାଇଲରୁ ସମସ୍ତ ତଥ୍ୟ ଚରେଇନେଇ ଆପଣଙ୍କ ସଂରକୀୟା ମାନଙ୍କ ସହିତ ମଧ୍ୟ ସେହିଭଳି କରିଥାନ୍ତି ,ତେଣୁ ଏଭଳି କୌଣସି ଆପ୍ସ ଡାଉନଲୋଡ଼ କରି ନିଜଲାଗି ବିପଦକୁ ଡାକି ଆଣନ୍ତୁ ନାହିଁ I କୌଣସି ଅଜଣା ଲିଙ୍କ ରେ କ୍ଲିକ କରନ୍ତୁ ନାହିଁ କିମ୍ବା କିଛି ନଜାଣି ନଶୁଣି କୌଣସି ଆପ୍ସ ଡାଉନଲୋଡ଼ କରନ୍ତୁ ନାହିଁ I ଯଦି ଆପଣ ଏଭଳି କୌଣସି ଠକାମୀ ଆପଣଙ୍କ ନଜରକୁ ଆସୁଛି ତେବେ ଆପଣ ତୁରନ୍ତ ନିକଟସ୍ଥ ଥାନା କିମ୍ବା ରାଜ୍ୟ ସାଇବର ସେଲ କୁ ଜଣାନ୍ତୁ I ଆପଣ ଏହି ସୂଚନା ଜଣାଇବା ଦ୍ୱାରା ସାଇବର ସେଲ୍ରର ସୁଦକ୍ଷ ଅଫିସର ମାନେ ସେମାନଙ୍କୁ ଠାବକରିବାରେ ସକ୍ଷମ ହେବେ I ଯାହାଦ୍ୱାରା କି ଅନେକ ନିରୀହ ଲୋକ ଠକାମିରୁ ବର୍ତ୍ତିଯାଇପାରିବେ I ଏସବୁ ବିଷୟରେ ସୂଚନା ଜଣାଇବା ପାଇଁ ଆପଣ କୁଆଡେ ଯିବା ଆବଶ୍ୟକ ନାହିଁ ନିଜ ଘରେ ବସି ଅନଲାଇନ ମାଧ୍ୟମରେ ମଧ୍ୟ ନିଜର ଅଭିଯୋଗ ଦାଖଲ କରି ପାରିବେ I  8092117967 , 9863499319  , 9685375165 ଏହି ସମସ୍ତ ନମ୍ବର ରୁ ସାଧାରଣତଃ ଲୋକଙ୍କ ନିକଟକୁ କଲଆସୁଥିବା ବେଳେ ଏମାନେ ସାଧାରଣତଃ ହିନ୍ଦୀ ଭାଷାରେ କଥା ହୋଇଥାନ୍ତି ଓ ହୁଆଟ୍ସ ଅପ ମାଧ୍ୟମରେ ଆପଣଙ୍କ ସହ ଯୋଗାଯୋଗ କରିଥାନ୍ତି  I

Leave A Reply

Your email address will not be published.