ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କାନାଡାରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । କାନାଡାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣାହୋଇଛି । ଶନିବାର ଦିନ ଆଲବର୍ଟା ପ୍ରଦେଶ ଅନ୍ତର୍ଗତ କାଲ୍ଗେରିର ପଶ୍ଚିମପ୍ରାନ୍ତରେ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ଜଣଙ୍କର ମୃତ୍ୟୁ ଘଟିଥିବା କଥା କାନାଡାର ପୁଲିସ କହିଛି। ‘ଦି ରୟାଲ୍ କାନାଡିୟାନ୍ ମାଉଣ୍ଟେଡ୍ ପୋଲିସ୍’ କହିଛି, ଜଣେ ପାଇଲଟ୍ ଓ ୫ଜଣ ଯାତ୍ରୀ ଥିବା ଉକ୍ତ ବିମାନ ଶୁକ୍ରବାର ରାତିରେ ସହରର ପଶ୍ଚିମପ୍ରାନ୍ତରେ ଥିବା ସ୍ପ୍ରିଙ୍ଗ୍ବ୍ୟାଙ୍କ୍ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରି ବ୍ରିଟିସ୍ କଲମ୍ବିଆର ସାଲ୍ମନ୍ ଆର୍ମ ଆଡ଼କୁ ଯାଉଥିଲା।
ବିମାନଟି ନିଖୋଜ ହୋଇଥିବା କଥା ଅଣ୍ଟାରିଓ ଅନ୍ତର୍ଗତ ଟ୍ରେନ୍ଟନ୍ସ୍ଥିତ ‘ଜଏଣ୍ଟ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର୍’ ବିଳମ୍ବରେ ରିପୋର୍ଟ କରିଥିଲା। ବିମାନ ନିଖୋଜ ବିଷୟରେ ରାତି ୧ଟା ବେଳେ ‘ଜଏଣ୍ଟ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର୍’ରୁ ଖବର ମିଳିଥିଲା ବୋଲି ପୁଲିସ କହିଛି। ଦୁର୍ଘଟଣାରେ କେହି ବଞ୍ଚି ନ ଥିବା କଥା ଘଟଣାସ୍ଥଳକୁ ‘ହର୍କ୍ୟୁଲିଜ୍’ କ୍ରୁ’ ଓ ‘ଆଲବର୍ଟା ମାଉଣ୍ଟେନ୍ ରେସ୍କ୍ୟୁ’ ଟିମ୍ ପଠାଯାଇଥିବା ସୁନିଶ୍ଚିତ କରିଛନ୍ତି ।