ପୁଅ ସାବାଳକ ହେବାପରେ କଣ ସବୁ ଦାୟିତ୍ୱରୁ ମୁକ୍ତି ପାଇଯିବେ ବାପା?

0

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିଜର ଏକ ନିଷ୍ପତ୍ତିରେ କହିଛନ୍ତି ଯେ, ପୁଅର ପାଠପଢ଼ା ଖର୍ଚ୍ଚ ପୂରା କରିବାର ଦାୟିତ୍ୱରୁ ବାପା ମାନେ ଏଥିପାଇଁ ମୁକ୍ତି ପାଇପାରିବେନି ଯେ, ସେମାନେ ସାବାଳକ ହୋଇଯାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ବାପା ମାନଙ୍କୁ ସେ ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବା ଦରକାର ଯାହାଫଳରେ ସେମାନେ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ନିଜର ଭରଣପୋଷଣ କରିବାକୁ ସକ୍ଷମ ହୋଇପାରିବେ । ଏଥିସହିତ ନିଜ ଦାୟିତ୍ୱ ସୂଚାରୂପେ ଉଠାଇପାରିବେ ।

ନ୍ୟାୟମୂର୍ତ୍ତି ସୁଭ୍ରମନ୍ୟମ୍ ପ୍ରସାଦଙ୍କ ପୀଠ କହିଛନ୍ତି ଯେ, ପିଲାମାନଙ୍କୁ ୧୮ ବର୍ଷ ପୂରିଲେ ବାପା ମାଆ ମାନେ ସେମାନଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ନାହିଁ ତାହାନୁହେଁ । ଯେପର୍ଯ୍ୟନ୍ତ ପିଲାମାନେ ଆର୍ଥିକ ରୂପରେ ସକ୍ଷମ ହୋଇନାହାନ୍ତି ଏବଂ ନିଜ ନିଜର ଭରଣପୋଷଣ କରିପାରିନାହାନ୍ତି ସେ ପର୍ଯ୍ୟନ୍ତ ବାପା ମାଆ ମାନେ ସେମାନଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ଓ ସେମାନଙ୍କୁ ସମାଜରେ ସଫଳ କରିବାରେ ସହାୟତା କରିବେ । ସେହିପରି ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ କ୍ଷତିପୂରଣ ଦେବାକୁ ବାଧ୍ୟ, କାରଣ ପିଲାମାନଙ୍କ ଖର୍ଚ୍ଚ ପରେ ବୋଧହୁଏ ସେମାନଙ୍କ ପରେ ନିଜ ପାଇଁ କିଛି ଅର୍ଥ ରହୁନଥିବ ।

ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରି ଏପରି ନିଷ୍ପତ୍ତି ଶୁଣାଇଥିଲେ । ଉକ୍ତ ବ୍ୟକ୍ତି ନିଜ ଆବେଦନରେ ଦର୍ଶାଇଥିଲେ ଯେ, ଅଲଗା ଭାବରେ ରହୁଥିବା ତାଙ୍କ ପତ୍ନୀକୁ ୧୫ ହଜାର ଟଙ୍କା ସେ ପର୍ଯ୍ୟନ୍ତ ଦେବେ ଯେପର୍ଯ୍ୟନ୍ତ ପୁଅ ସ୍ନାତକ ପାଠ ପଢ଼ା ପୂରା ନ ହୋଇଛି ଏବଂ ସେ ରୋଜଗାର କରିନି । ପୁଅ ନିଜେ ରୋଜଗାର ନ କରିବା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପତ୍ନୀକୁ ୧୫ ହଜାର ଟଙ୍କା ମାସକୁ ଦେବେ । କିନ୍ତୁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ପୀଠ କହିଛନ୍ତି ଯେ, ସ୍ୱାମୀ ନିଜ ଦାୟିତ୍ୱରୁ ମୁକ୍ତି ପାଇପାର୍ରିବ ନାହିଁ । କାରଣ ମହିଳା ମାନେ ସାମାଜିକ-ସାଂସ୍କୃତିକ ଏବଂ ସଂରଚନାତ୍ମକ ବାଧା କାରଣରୁ କାମ କରିବାରେ ଅସମର୍ଥ । ତେଣୁ ସେମାନେ ଆର୍ଥିକ ରୂପରେ ମଧ୍ୟ ସକ୍ଷମ ହୋଇପାରନ୍ତି ନାହିଁ । ତେଣୁ ଏପରି ପରିସ୍ଥିତିରେ ସ୍ୱାମୀ ମାନେ ପରିବାରର ଦାୟିତ୍ୱ ବହନ କରିବା ଦରକାର ବୋଲି ହାଇକୋର୍ଟ ନିଷ୍ପତି ଶୁଣାଇଛନ୍ତି ।

Leave A Reply

Your email address will not be published.