ବେଆଇନ ଲିଙ୍ଗ ନିରୂପଣ ସମ୍ପର୍କରେ ଯିଏ ବି ସୂଚନା ଦେବ ତାଙ୍କୁ ମିଳିବ ଆର୍ଥିକ ପୁରସ୍କାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭ୍ରୂଣର ଲିଙ୍ଗ ନିରୂପଣ ବେଆଇନ। ବେଆଇନ ଲିଙ୍ଗ ନିରୂପଣ ସମ୍ପର୍କରେ ଯିଏ ବି ସୂଚନା ଦେବ ତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ତିନିଟି କିସ୍ତିରେ ମିଳିବ ୨୫ ହଜାର ଟଙ୍କା। ସଠିକ ସୂଚନା ଦେଲେ ପ୍ରଥମେ ୧୦ ହଜାର ଟଙ୍କା, ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ ହେଲେ ଆଉ ୧୦ ହଜାର ଟଙ୍କା ଏବଂ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୫ ହଜର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ।

ରାଜ୍ୟରେ ପୁରୁଷ-ମହିଳା ଲିଙ୍ଗଗତ ଅନୁପାତ ବୃଦ୍ଧି ଉଦ୍ଦେଶ୍ୟରେ ସୂଚନାକାରୀଙ୍କୁ ପ୍ରୋତ୍ସହନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୯-୨୦୨୧ ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ତଥ୍ୟ ମୁତାବକ ଓଡ଼ିଶାରେ ପ୍ରତି ହଜାରେ ପୁଅରେ ଜନ୍ମ ହେଉଛନ୍ତି ୮୯୪ ଝିଅ। ତେଣୁ ଲିଙ୍ଗଗତ ସମାନତା ଆଣିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଜିଲ୍ଲାପାଳମାନଙ୍କୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

Leave A Reply

Your email address will not be published.