ଗିରଫ ହେବାପରେ କେତେ ନମ୍ବର ସେଲ୍‌ରେ ରହୁଛନ୍ତି ସିଦ୍ଦୁ ଜାଣନ୍ତୁ…

0

ଚଣ୍ଡିଗଡ଼(ଓଡ଼ିଆ ନ୍ୟୁଜ୍‌): ରୋଡ଼ରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ ଯାଇଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଦୁ । ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲରେ ରଖାଯାଇଛି। ସେ ଏବେ ପଟିଆଲା ଜେଲରେ କଏଦୀ ନମ୍ବର ୨୪୧୩୮୩। ସିଦ୍ଦୁଙ୍କୁ ବର୍ଷେ ଜେଲ ଦାଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ସିଦ୍ଦୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କର ମେଡିକାଲ ପରୀକ୍ଷା ହେବା ସହ ତାଙ୍କୁ ଜେଲକୁ ପଠାଇଦିଆଯାଇଛି। ପଟିଆଲା ଜେଲରେ ସିଦ୍ଧୁଙ୍କୁ ବାରାକ ନମ୍ବର ୧୦ରେ ରଖାଯାଇଥିବା ବେଳେ କଏଦୀ ନମ୍ବର ମଧ୍ୟ ସ୍ଥିର ହୋଇଛି। ସେ ରହୁଥିବା ଜେଲର କୋଠରୀରେ ଅନ୍ୟ ୮ ଜଣ ହତ୍ୟା ଅପରାଧୀ ରହୁଛନ୍ତି।


ସୂଚନା ଯୋଗ୍ୟ, ୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଦୁ ଓ ଗୁରନାମ ସିଂହଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସିଦ୍ଧୁ ତାଙ୍କୁ ମାଡ଼ ମାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ଏହାର ବିଚାର କରି ଗୁରୁବାର ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ପଞ୍ଜାବରେ ଘଟିଥିଲା ଏହି ରୋଡ୍ ରେଜ୍ କେସ୍। ପଟିଆଲାରେ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଥିଲେ। ଏହି ସମୟରେ ଗୁରୁନାମ ସିଂହ ନାମକ ୬୫ ବର୍ଷୀୟ ବୃଦ୍ଧ ତାଙ୍କୁ କାର୍ ରାସ୍ତାରୁ ହଟାଇବାକୁ କହିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ରାଗରେ ବୃଦ୍ଧଙ୍କ ମୁଣ୍ଡକୁ ପିଟିଥିଲେ। ଏଥିରେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ବୃଦ୍ଧଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସିଦ୍ଦୁ କହିଥିଲେ। ଏହି ଘଟଣାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂହଙ୍କ ବିରୋଧରେ ପଟିଆଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.