ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ନାରୀ ମାନଙ୍କ ପରି ବସୁଧା ମଧ୍ୟ ଋତୁମତୀ ପଲଟେ। ରଜସ୍ବଳା ନାରୀ ଯେମିତି କିଛି ଗୋଟେ ନିର୍ଦ୍ଧିଷ୍ଟ ନିୟମନରେ ମାନିଚଳେ ସେମିତି ବସୁଧା କୁ ହାଣିବା, ଖୋଳିବା ଓ କାଟିବାର ବାରଣ ରହିଛି। ସେ ନିଜକୁ ସଜେଇ ରଖେ ଗୋଟେ ନିର୍ଦ୍ଧିଷ୍ଟ ସମୟ ପାଇଁ। କଠୋର ନିଦାଘର ନିପୀଡ଼ନରେ ମ୍ରିୟମାଣ ଧୂସର ଧରଣୀ ପୂନର୍ବାର ହୁଏ ଶ୍ୟାମଳାବର୍ଣ୍ଣାର ନୂଆ ସ୍ବପ୍ନର ବିଭୋର ! ମିଳନ ହୁଏ ମାଟି ଓ ମେଘର। କୋଟି କୋଟି ସନ୍ତାନଙ୍କ ମୁହଁରେ ଆହାର ଦେବାପାଇଁ ବର୍ଷକରେ ଥରେ ସ୍ରୁଜନ ମନସ୍ଳ ହୁଏ ଧରଣୀ। ଶ୍ୟାମଳ ପରିପାଟ୍ଟୀର ପାଉଁଜି ପିନ୍ଧି ପୂର୍ଣ୍ଣ ଯୌବନର ଦୀପ୍ତି ପୁଣିଥେର ପୂର୍ଣ୍ଣଗଭାର ଶୋଭା ମଣ୍ଡନକରି କଲ୍ୟାଣମୟି ରୂପରେ ଆର୍ବିଭୁତ ହୁଏ। ସେଇଥିପାଇଁ ରଜର ଚତୁର୍ଥ ଦିନ ଅର୍ଥାତ୍ ସଂକ୍ରାନ୍ତିର ତ୍ରୁତୀୟ ଦିନ ପ୍ରଭାତରେ ପିଢାରେ ଶିଳପୁଆ ଥୋଇ ହଳଦୀ ଲଗାଇ କ୍ଷୀରରେ ଧୋଇ ସିନ୍ଦୁର, ଚନ୍ଦନ, କଳା ପିନ୍ଧାଇ ବସୁଧାକୁ ପୂଜା କରିବାର ପରମ୍ପରା ରହିଛି। ଯାହାକୁ ଆମେ ବସୁମତୀ ସ୍ନାନ ବୋଲି କହୁଛେ।
ମହିଳା ମାନଙ୍କ ପରି ବସୁଧା ମଧ୍ୟ ଗୋଟେ ନିତି ନିୟମରେ ଚଳେ ତେଣୁ ଏହି ୩ ଦିନ ବସୁଧାକୁ ହାଣିବା ଓ କାଟିମାର ବାରଣ ରହିଛି ।