ଓଡ଼ିଶାରେ କାହିଁକି ଦିନକୁ ଦିନ କମୁଛି ଦେଶୀ ଗୋରୁଗାଈଙ୍କ ସଂଖ୍ୟା, ଜାଣନ୍ତୁ ଏହାର କାରଣ…

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): କୃଷି ପ୍ରଧାନ ରାଜ୍ୟ ଓଡ଼ିଶା, ଆଉ ଓଡ଼ିଶାରେ କୃଷିକୂ ଆଗେଇନେବା ଓ ଗ୍ରାମାଂଚଳ ଅର୍ଥନୀତିର ବିକାଶ ଘଟାଇବା ଦିଗରେ ଦିନେ ଗୋଟେ ବଳିଷ୍ଟ ଭୂମିକା ଥିଲ।। ଦେଶୀ ଗୋରୁଗାଈଙ୍କର । ହେଲେ ମେସିନର ବହୁଳ ବ୍ୟବହାର ଓ ଅଳ୍ପ ପରିଶ୍ରମରେ ଅଧିକ ଫଳ ଆଶା ଏହି ଦେଶୀ ଗୋରୁଗାଈମାଙ୍କୁ ଆଜି ଅଲୋଡ଼ା କରିଦେଇଛି । ଯେଉଁଥି ପାଇଁ ଓଡ଼ିଶାରେ ଦିନକୁ ଦିନ କମୁଛି ଦେଶୀ ଗୋରୁଗାଈଙ୍କ ସଂଖ୍ୟା । ଅଥଚ ଏପରିସ୍ଥଳେ ବିଦେଶୀ ଗୋରୁଗାଈଙ୍କ ସଖ୍ୟାରେ ବେଶ୍ ବୃଦ୍ଧି ଘଟିଛି । ୨୦ତମ ପଶୁସଂପଦ ଜନଗଣନାରୁ ଏଭଳି ତଥ୍ୟ ସମ୍ନାକୁ ଆସିଛି । ଯାହା ଅତ୍ୟନ୍ତ ସାଂଘାତିକ । ରିପୋର୍ଟ କହୁଛି ୨୦୧୨-୧୩ ତୁଳନାରେ ୨୦୧୮-୧୯ରେ ଦେଶୀ ଗୋରୁଗାଈଙ୍କ ସଂଖ୍ୟାରେ ବିଶେଷ ହ୍ରାସଘଟିଛି। ଏହା ବଦଳରେ ବିଦେଶୀ କ୍ରସ ବ୍ରିଡ୍ ସଂଖ୍ୟା ବୃଦ୍ଧି ଘଟିଛି। ରାଜ୍ୟରେ ବିଦେଶୀ କ୍ରସବ୍ରିଡ, ଜର୍ସି,‘ହୋଲଷ୍ଟନ୍ ଫ୍ରିସିୟନ୍ ଭଳି ବିଭିନ୍ନ ପ୍ରଜାତିର ପାଖାପାଖି ୧୬ ଲକ୍ଷ ଗୋରୁଗାଈ ଅଛନ୍ତି।

ଅନ୍ୟପଟେ ଭାରତରେ ବିଭିନ୍ନ ପ୍ରକାର ୪୧ ଦେଶୀ ପ୍ରଜାତିର ଗୋରୁଗାଈ ଥିବା ବେଳେ ଏହା ମଧ୍ୟରୁ ଅଧିକାଂଶ ପ୍ରଜାତି ଓଡ଼ିଶାରେ ଥିବା ଜଣାପଡ଼ିଛି। ଘୁମୁସରୀ, ବିଞ୍ଝାରପୁରୀ, ହରିୟାଣ. ଖରିଆର, ମୋଟୁ ଶୁଦ୍ଧ ପ୍ରଜାତିର ଦେଶୀ ଗୋରୁଗାଈଙ୍କ ମାତ୍ର ୧୦ ଲକ୍ଷ ମଧ୍ୟରେ ସୀମିତ ରହିଛି । ଯାହା ବିଦେଶୀ ଗୋରୁ ଗାଈଙ୍କ ସଂଖ୍ୟାରେ ଅତି ନଗଣ୍ୟ । ଆମର ସାମାନ୍ୟ ସ୍ୱାର୍ଥ ପାଇଁ ଏହିି ଦେଶୀ ଗୋରୁଗାଈମାନଙ୍କୁ କଂସେଇ ହାତରେ ଟେକିଦେବା ଫଳରେ ଆମ ସାମାଜିକ ଚଳଣୀରୁ ଦୂରେଇ ଯାଉଛନ୍ତି ଏହି ଗୋ-ସମ୍ପଦ । ଆମ ସାମାଜିକ ଚଳନୀ ତଥା ସାଂସ୍କୃତିକୁ ଅନୁଶୀଳନ କଲେ ଜଣାଯାଏ ଗୋ-ଧନ ଆମ ଦୈନନ୍ଦିନ ଜୀବନ ସହିତ ସ୍ୱତ୍ତପ୍ରବୃତ୍ତଭାବେ ଜଡ଼ିତ । ବିଶେଷ କରି ଏହି ଦେଶୀ ଗାଈଗୋରୁଙ୍କ ଗୋବର ଠୁ ଆମମ୍ଭ କରି ଦୁଗ୍ଧ ପର୍ଯ୍ୟନ୍ତ ସବୁକିଛି ଆମ ପାଇଁ ନିତ୍ୟାନ୍ତ ଲୋଡ଼ା । ଏପରି ସ୍ଥଳେ ଦିନକୁ ଦିନ ଦେଶୀ ଗାଈଗୋରୁଙ୍କ ସଂଖ୍ୟା କମିବା ନିଶ୍ଚିତ ରୂପେ ଦିନେ ଗ୍ରାମ୍ୟଜୀବନ ପ୍ରତି ବଡ଼ ବିପଦ ହୋଇ ଠିଆ ହେବ ।

Leave A Reply

Your email address will not be published.