୧୮ ଲକ୍ଷ ପିଲା ଶିକ୍ଷା ଠାରୁ ଦୁରେଇ ଯାଇଛନ୍ତି, ଫେରାଇ ଆଣିବାକୁ ହେଲେ ବନ୍ଦ ଓ ମିଶ୍ରଣ ସ୍କିମରେ ବନ୍ଦ ହୋଇଥିବା ସ୍କୁଲକୁ ସରକାର ଖୋଲନ୍ତୁ: ଅଭିଭାବକ ମହାସଂଘ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଆଜି ଏକ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି l 18ଲକ୍ଷ ପିଲା ବର୍ତମାନ ଶିକ୍ଷା ଠାରୁ ଦୁରେଇ ଯାଇଛନ୍ତି l କରୋନା ପାଇଁ ଓ ସ୍କୁଲ ବନ୍ଦ ଏବଂ ମିଶ୍ରଣ ଯୋଗୁଁ ଏହି ସମସ୍ୟା ଅତ୍ୟନ୍ତ ଦୟନୀୟ ବୋଲି ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ଦୁଇ ବର୍ଷ ହେଲା ଅଭିଯୋଗ କରି ଆସୁଛି l ହେଲେ ଏକଥାକୁ ସରକାର କର୍ଣପାତ କଲେନି l ଆଜି ଯେତବେଳେ ସମସ୍ୟା ନେଡିଗୁଡ଼ କହୁଣୀକୁ ଆସିଲା ସେତେବେଳକୁ ଆଲୋଚନା ପର୍ଯ୍ୟାଲୋଚନା କରୁଛନ୍ତି l

ରାଜ୍ୟରେ ଆଠ ହଜାର ଆଠ ଶହରୁ ଉର୍ଦ୍ଧ ସ୍କୁଲ ବନ୍ଦ ହୋଇଯିବା ଯୋଗୁଁ ଗ୍ରାମାଞ୍ଚଳ, ଉପାନ୍ତ ଅଂଚଳ ଆଦିବାସୀ, ଦଳିତ ବହୁଳ ଗ୍ରାମ ଓ ଅତ୍ୟନ୍ତ ଅଧ୍ୟୁଷିତ ଅଂଚଳରେ ପିଲାମାନେ ପାଠ ଛାଡିଛନ୍ତି l ସ୍କୁଲ ବନ୍ଦ ଓ ମିଶ୍ରଣ ପାଇଁ ବହୁ ଅଂଚଳରେ ଦୂରତ୍ୱ, ଯୋଗାଯୋଗରେ ସମସ୍ୟା, ଯାତାୟାତ ଆଦି ବିଭିନ୍ନ ସମସ୍ୟା ପାଇଁ ପିଲାମାନେ ମିଶ୍ରଣ ସ୍କୁଲକୁ ଆସୁନାହାନ୍ତି l ଦ୍ଵିତୀୟ କରଣ ହେଲା କରୋନା ଜନିତ ଆର୍ଥିକ ସମସ୍ୟା l ତେଣୁ ପିଲାମାନେ ଢ଼ାବା, ହୋଟେଲ, ଲଜ, ଇଟାଭାଟି, ଘରୋଇ ଚାକର ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି l ସମସ୍ୟାର ଗୁରୁତ୍ୱକୁ ଅନୁଭବ କରି ଓଡିଶା ଅଭିଭାବକ ମହାସଂଘ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲାପରେ ମାନ୍ୟବର କମିଶନ ଗଣଶିକ୍ଷା, ଶ୍ରମ ଓ ଆଦିବାସୀ କଲ୍ୟାଣ ବିଭାଗକୁ ତ୍ୱରିତ ପଦକ୍ଷେପ ପାଇଁ ନିର୍ଦେଶ ଦେଇଥିଲେ l

ପୂର୍ବରୁ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନଃ ବିଚାର ପାଇଁ ମହାସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲା l ତେଣୁ ବର୍ତମାନ ପରିସ୍ଥିତିରେ ବନ୍ଦ ହୋଇଥିବା ସ୍କୁଲ ପୁଣି ଖୋଲିଲେ ବହୁ ପିଲାମାନେ ପୁଣି ସ୍କୁଲ ଅଡିବେ ଓ ଡ୍ରପ ଆଉଟ ସମସ୍ୟା ଅନେକାଂଶ ରେ ସମାଧାନ ହୋଇଯିବ lଏହି ସଂକ୍ରାନ୍ତରେ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସହ ଆଲୋଚନା କରି ଥିଲେ, ଯେଉଁ ସ୍କୁଲ ଖୋଲିଲେ ପିଲା ପଢ଼ିପାରିବେ ଓ ଗ୍ରାମ ଲୋକ ମାନେ ସହଯୋଗ କରିବେ ସେହି ବନ୍ଦ ସ୍କୁଲକୁ ଖୋଲିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ l ଏହାକୁ ଗୁରୁତ୍ୱ ଦେଇ ସବୁ ଗ୍ରାମ କମିଟି ଓ ଅଭିଭାବକ ମାନେ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ମାଧ୍ୟମରେ ପ୍ରମୁଖ ସଚିବକୁ ସର୍ବସାଧାରଣ ଅଭିଯୋଗ ଦେବାପାଇଁ ମହାସଂଘ ଅନୁରୋଧ କରିଥିବା ଏହାର ସହ ଅଧକ୍ଷ୍ୟ ପ୍ରସନ୍ନ ବିଶୋଇ କହିଛନ୍ତି l

Leave A Reply

Your email address will not be published.