ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବ୍ୟାଙ୍କରେ ଆପଣଙ୍କର କିଛି କାମ ଅଛି କି? ତାହେଲେ ଖୁବଶୀଘ୍ର ସାରି ଦିଅନ୍ତୁ । କାରଣ ଆଗାମୀ ଦିନରେ ୩ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଜୁନ୍ ମାସର ବିଭିନ୍ନ ବ୍ୟାଙ୍କ୍ ସଂଗଠନର ଧର୍ମଘଟ କାରଣରୁ ପ୍ରାୟ ତିନି ଦିନ ବ୍ୟାଙ୍କ୍ ବନ୍ଦ ରହିପାରେ। ମାସର ଶେଷ ସପ୍ତାହରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ କର୍ମଚାରୀମାନେ ଧର୍ମଘଟ କରିବେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ୯ଟି ବ୍ୟାଙ୍କ୍ ୟୁନିଅନର ମିଳିତ ସଂସ୍ଥା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି।
ଧର୍ମଘଟକୁ ନଜରରେ ରଖି ଗ୍ରାହକମାନେ ଜୁନ୍ ୨୪ (ଶୁକ୍ରବାର) ପୁର୍ବରୁ ଜୁନ୍ ନିଜର ସମସ୍ତ ଜରୁରି କାର୍ୟ୍ୟ ସାରି ନିଅନ୍ତୁ। ଏହା ପରେ ୨୫ ତାରିଖ ମାସର ଚତୁର୍ଥ ଶନିବାର ହୋଇଥିବାରୁ ଅନେକ ବ୍ୟାଙ୍କ୍ ଏହି ଦିନ ବନ୍ଦ ରହିବ। ଏହା ପରେ ୨୬ ତାରିଖ ରବିବାର। ତେବେ ୨୭ରୁ ଲଗାତାର ତିନି ଦିନ ଧରି ଏହି ଧର୍ମଘଟ ଆରମ୍ଭ ହେଉଥିବା ସଂଗଠନ ଚେତାବନୀ ଦେଇଛନ୍ତି।
ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ସିଏଚ ଭେଙ୍କେଟେଚଳମ ଟୠଈଟ ବୈଠକ ପରେ କହିଛନ୍ତି ଯେ ସେମାନଙ୍କ ଦାବି ମଧ୍ୟରେ ସମସ୍ତ ପେନ୍ସନ୍ଭୋଗୀଙ୍କ ପାଇଁ ପେନ୍ସନ୍ ଯୋଜନାରେ ସଂଶୋଧନ ଏବଂ ଜାତୀୟ ପେନ୍ସନ୍ ଯୋଜନାକୁ ଖାରଜ କରିବା। ଏହା ବ୍ୟତୀତ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ଯୋଜନାର ପୁଣି ଲାଗୁ କରିବାକୁ ଦାବି ରହିଛି।