ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ୍: କଟକ ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ମାଛ ମାର୍କେଟ୍‌ ଜଳି ପୋଡ଼ି ପାଉଁଶ।ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।ତେବେ ରାତି ପ୍ରାୟ ୨ଟାରୁ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁ ଲାଗିଥିବା ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ ନିଆଁ ବ୍ୟାପିବାରେ ଲାଗିଛି । ସେଥିପାଇଁ ଅଗ୍ନିଶମ ବାହିନୀକୁ ନିଆଁ ଆୟତ୍ତ କରିବା କଷ୍ଟ ହେଉଛି । ଏବେ ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ବାହିନୀ ଲାଗିଛନ୍ତି । ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଜଳି ଯାଇଛି । ବିଡା ବିଡା ଟଙ୍କା ପୋଡି ଯାଇଛି ।

ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ । ସମ୍ଭବତଃ ଆଜି ଟଙ୍କା ଡିପୋଜିଟ୍ କରିଥାନ୍ତେ । ତେବେ ଗତ ରାତିରୁ ନିଆଁ ଲାଗି ଯାଇଛି । ମାଛ ମାର୍କେଟ୍ ଜଳିଯିବା ଫଳରେ ବ୍ୟବସାୟୀମାଙ୍କର ସର୍ବସ୍ବ ଜଳି ଯାଇଛି । ପ୍ରାୟ ୧୭ ଜଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ମାଛ ମାର୍କେଟ୍ ର ଆସବାବ ପତ୍ର ସହ ଡିପ୍ ଫ୍ରିଜର୍ ମଧ୍ୟ ଜଳି ଯାଇଛି । ଉପର ମହଲାରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଛି । ବ୍ୟାଙ୍କର ଆସବାବପତ୍ରରେ ମଧ୍ୟ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁ ଏବେ ଧୂଆଁ ବେଶ ଅଧିକ ଥିବାରୁ ଅଗ୍ନିଶମ ବାହିନୀ ପାଇଁ ଘର ଭିତରକୁ ପଶିବା ମୁସ୍କିଲ ହେଉଛି ।

Leave A Reply

Your email address will not be published.