ପରଲୋକରେ ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ପାଣ୍ଡେ,କଂଗ୍ରେସ ଦଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):   ପରଲୋକରେ ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ପାଣ୍ଡେ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବୀରେନ୍ଦ୍ର ପାଣ୍ଡେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ତାଙ୍କର ପାର୍ଥିବ ଶରୀରକୁ କଂଗ୍ରେସ ଭବନ ଅଣାଯିବ ପରେ ଶେଷ ଦର୍ଶନ କରିଛନ୍ତି ପିସିସି ସଭାପତି ଓ କଂଗ୍ରେସର ବହୁ ବରିଷ୍ଠ ନେତା।ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ।ଏହାଶହ ପଶ୍ଚିମ ଓଡ଼ିଶାର କଂଗ୍ରେସ ଦଳ ଏକ ଟାଣୁଆ ନେତା ହରାଇଛି ବୋଲି ପିସିସି ସଭାପତି କହିଛନ୍ତି।ଏହା ସହ ସେ ଏକ ସାଧାରଣ ପରିବାରରୁ ଆସି ମଧ୍ୟ ଝାଡ଼ସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିକାଶ କଥା ଚିନ୍ତା କରୁଥିଲେ।

ଆସନ୍ତାକାଲି ବିଧାନସଭାରେ ସରକାରୀ ଦଳକୁ ଘେରିବାକୁ ପ୍ରସ୍ତୁତ ରହିଛି କଂଗ୍ରେସ ଦଳ।ଅବସର ନେଉଥିବା ଅଫିସର ମାନଙ୍କୁ ପୁନର୍ବାର ଥଇଥାନ କରୁଛନ୍ତି ରାଜ୍ୟ ସରକାର।ଅନେକ ଅଫିସର ଗୋଟିଏ ଗୋଟିଏ ବିଭାଗରେ ଅନେକ ବର୍ଷ କାଯ୍ୟ କଲେଣି କିନ୍ତୁ ସରକାର କିଛି ଆଖି ଦୁଷ୍ଟିଆ ପଦକ୍ଷପ ନେଇ ନାହାନ୍ତି।

ଗତକାଲି 5t ସଚିବ ନବରଙ୍ଗପୁର ଗସ୍ତ ସମର୍କରେ ମତ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ।ସେ କହିଛନ୍ତି ଭରତ ଯେଉଁଭଳି ରାମଙ୍କ ପଦ ଧୂଳି ନେଇ ଶାସନ କରିଥିଲେ ସେହିଭଳି ବିଜେଡିର ସାଙ୍ଗଠନିକ ସମ୍ପାଦକ 5t ସଚିବଙ୍କ ପାଦଧୂଳି ନେଇ ଶାସନ କରିବେ ବୋଲି ଭାବିଛନ୍ତି।5t ସଚିବ ହେଉଛନ୍ତି ରାମ ଏବଂ ମୁଖମନ୍ତ୍ରୀ ହେଉଛନ୍ତି ଦଶରଥ।ଏସବୁ ପରେ ମଧ୍ୟ ରାଜ୍ୟସରକାର ରାଜ୍ୟର ଉର୍ନତି, ବେକାରୀ ସମସ୍ୟା ଦୂର କୃଷକଙ୍କର ଉର୍ନତି କରିବା ଆବଶ୍ୟକ। ରାଜ୍ୟରେ ଯାହା ସ୍ଥିତି ହେଲାଣି ଲୋକ ପ୍ରତିନିଧିମାନେ ନିଜର ସଂମାନ ହରାଉଛନ୍ତି।

Leave A Reply

Your email address will not be published.