ଓଡ଼ିଆ ନ୍ୟୁଜ୍: ଲାଞ୍ଜିଗଡ଼ ଫରେଷ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ। ଥୁଆମୂଳ ରାମପୁରର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ ଗିରଫ।୨୦୨୪-୨୫ରେ ୫୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ। ବୃକ୍ଷରୋପଣ ନାଁରେ ନକଲି ମଷ୍ଟର ରୋଲର ଓ ଜବ୍ କାର୍ଡ ଦେଖାଇ ଅର୍ଥ ଆତ୍ମସାତ।
ଦକ୍ଷିଣ ବନଖଣ୍ଡ ଥୁଆମୂଳ ରେଞ୍ଜର ପୋଖରିଗୁଡ଼ା ନଣ୍ଡା ପାହାଡ଼ରେ ୫୦ ହେକ୍ଟର, ଉପରଝାପିରେ ୫୦ ହେକ୍ଟର ଏବଂ କୁମଜୋରରେ ୩୦ ହେକ୍ଟର ଜମିରେ ବୃକ୍ଷରୋପଣ ସ୍ଥାନରେ ମୃର୍ତ୍ତି ଏବଂ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ବିପୁଳ ସରକାରୀ ପାଣ୍ଠିର ଅପବ୍ୟବହାର କରିଛନ୍ତି। ତେବେ ବର୍ତ୍ତମାନ ସେ ବିଶ୍ଵନାଥପୁର ରେଞ୍ଜର ମୂଷାନାଲ ସେକ୍ସନ ଏଲିଫେଣ୍ଟ ସ୍କ୍ୱାଡ୍ ଦାୟିତ୍ୱରେ ଥିବାବେଳେ ତାଙ୍କୁ ସେକ୍ସନ ଅଫିସରୁ ଉଠାଇ ଆଣିଥିଲା ଭିଜିଲାନ୍ସ।