ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା

0

ଓଡ଼ିଆ ନ୍ୟୁଜ୍: ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି। ବିଏମ୍‌ସିର ପ୍ରସ୍ତୁତି ବୈଠକରେ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା।ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ। ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ।ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ: ମେୟର।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ। ଖଣ୍ଡଗିରିରେ ଯାତ୍ରା ଦେଖିବାକୁ ଅନେକ ଯାତ୍ରାପ୍ରେମୀଙ୍କ ଆଗ୍ରହ ରହିଥାଏ । ଦମଦାର ଅଭିନୟ, ନୃତ୍ୟ ସଙ୍ଗୀତର ମଜା ନିଅନ୍ତି ଦର୍ଶକ । ହେଲେ ଏଥର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ପାରିବେନି କୌଣସି ଯାତ୍ରା ପାର୍ଟି । କଠୋର ହେଲା ବିଏମସି । ଖଣ୍ଡଗିରି ମାଘ ମେଳାରେ ଯାତ୍ରା ପରିବେଷଣ ସମୟରେ କୌଣସି ଯାତ୍ରା ପାର୍ଟି ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇଛି ବିଏମସି । ଯାତ୍ରାରେ ଚଳିବନି ଅଶ୍ଳୀଳତା । କାହାକୁ ଆକ୍ଷେକ କି ପ୍ରତିଆକ୍ଷେପ କରିବା ମନା । ନାଟକ ମାଧ୍ୟମରେ କାହାକୁ ଅପମାନ କଲାଭଳି ଶବ୍ଧ ବ୍ୟବହାର କରିବେନି ।

ଖଣ୍ଡଗିରିରେ ୭ଟି ଯାତ୍ରା ପେଣ୍ଡାଲରେ ଯାତ୍ରା ପରିବେଷଣ ବେଳେ ଆଇଟମ୍ ଡ୍ୟାନ୍ସ ଉପରେ ରୋକ୍ ଲଗାଯାଇଛି । ଏ ନେଇ ପୋଲିସ ଓ ବିଏମସି ଟିମ୍ ଯାଞ୍ଚ କରିବା ସହ ସଜାଗ ରହିବେ । ଯେପରି କୌଣସି ଅପେରା ପାର୍ଟି ଆଇଟମ୍ ନୃତ୍ୟ ନକରିବେ ତାଉପରେ ନଜର ରଖାଯିବ ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି । ଶୁକ୍ରବାର ମାଘମେଳା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମେୟର କହିଛନ୍ତି ।

Leave A Reply

Your email address will not be published.