ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ବ୍ଲକ ଦୁଧିଆଣୀ ପଞ୍ଚାୟତ ହାତିବାରୀ ସ୍ଥିତ ଦେଓ ନଦୀବନ୍ଧ ରହିଛି। ଏହାର ଘେରି ରହିଛି ପାହାଡ଼ ପର୍ବତ | ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ନଦୀବନ୍ଧ |ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିବା ଉଦ୍ଦେଶ୍ୟରେ ଏଠାରେ ଏକ ସାନ୍ତାଳୀ ଇକୋ କଟେଜ ସ୍ଥାପନ କରାଯାଉଛି। ଆଜି ଦିବା ୧୧ ଘଟିକା ସମୟରେ ଏହାର ଭୁମୀ ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,ସାଂସଦଙ୍କ ବ୍ଲକ ପ୍ରତିନିଧି ଆଶିଷ ରଂଜନ ମହାନ୍ତ, ଆରସିସିଏଫ୍ ପ୍ରକାଶ ଗଗନାନୀ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଯୋଗ ଦେଇ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଭୂମୀ ପୂଜନ କରିଥିଲେ।
ତେବେ ସାନ୍ତାଳୀ କୁଟୀର ନିର୍ମାଣ ହେବା ଦ୍ବାରା ଆସୁଥିବା ପର୍ଯ୍ୟଟକଙ୍କ ସମସ୍ତ ପ୍ରକାର ସୁବିଧା ହେବ ଏବଂ ଏହାର ଆଖପାଖ ଅଞ୍ଚବାସୀଙ୍କ ଉନ୍ୟତୀ ହେବ ବୋଲି ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ପ୍ରକାଶ କରିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅଞ୍ଚଳବାସୀ ମନ୍ତ୍ରୀ ଏବଂ ବିଧାୟକଙ୍କୁ ନିଜର ସମସ୍ୟା ଜଣାଇବା ସହିତ ଲିଖିତ ଅଭିଯୋଗ କରିଥିଲେ | ଏବଂ ଏହାର ସମାଧାନ କରିବାକୁ ନିବେଦନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଏସ୍ ସି ଏଫ୍, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର୍ ସ୍ୱାଇଁଙ୍କ ସମେତ ବହୁ ବାନ ବିଭାଗର କର୍ମଚାରୀ ଙ୍କ ସହିତ ସ୍ଥାନୀୟ ଅଞ୍ଚଳ ବାସୀ ମାନେ ଉପସ୍ଥିତ ଥିଲେ |