ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ): ରାଜ୍ୟ କଂଗ୍ରେସର ୯ ବିଧାୟକଙ୍କୁ ଦିଲ୍ଲୀ ଡାକରା ଇଓଉଉ ପକ୍ଷରୁ ବିଧାୟକମାନଙ୍କୁ ଦିଲ୍ଲୀ ଡାକରା ଆସିଛି । ଆଜି ସନ୍ଧ୍ୟାରେ ସମସ୍ତ ୯ ବିଦାୟକ ଦିଲ୍ଲୀ ଅଭିମୁଖେ ବାହାରିବେ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି ।
ସୂଚନାଯୋଗ୍ୟ, ନାସନାଲ ହେରାଲ୍ଡ ଅର୍ଥ ହେରଫେର୍ ମାମଲାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି । ଇତିମଧ୍ୟରେ ରାହୁଲଙ୍କୁ ୪ ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମଙ୍ଗଳବାର ମଧ୍ୟ ରାହୁଲଙ୍କୁ ଜେରା ପାଇଁ ଡାକିଛି ଇଡି । ତେବେ ଇଡିର ଏହି ନୋଟିସ୍କୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଥିବା ସୂଚନା ରହିଛି ।