୧୦ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତ ସମୟରେ ଆୟୋଜିତ ହେବ ଗଣ ସତ୍ୟାଗ୍ରହ, ମହାନଦୀ କୂଳେ କୂଳେ ଆୟୋଜିତ ହେବ ନଦୀ ଯାତ୍ରା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ସି ୱାଈ ଏସ ଡି ଠାରେ ମହାନଦୀ ଟ୍ରିବ୍ୟୁନାଲ ଓ ମହାନଦୀ ର ଭବିଷ୍ୟତ ବିଷୟ କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଅନେକ ଗୁରୁତ୍ଵୂର୍ଣ୍ଣ ନିଷ୍ପତି ନିଆ ଯାଇଛି ।ମହାନଦୀ ର ସାଂପ୍ରତିକ ପରିସ୍ଥିତି ଓ ସଙ୍କଟ ର ଅନୁଧ୍ୟାନ ଓ ସମାଧାନ ପାଇଁ ମହାନଦୀ ଜନ ଆୟୋଗ ଗଠନ ପାଇଁ ପ୍ରସ୍ତାବ ପରିତ ହୋଇଛି । ଏଥିରେ ପ୍ରାରମ୍ଭିକ ଭାବରେ ଡ ଅରବିନ୍ଦ ବେହେରା, ଶ୍ରୀଯୁକ୍ତ ଜଗଦାନନ୍ଦ, ଡ ଭଗବାନ ପ୍ରକାଶ ଓ ପ୍ରଫେସର ଶିଶିର କାନ୍ତ ବେହେରା ଙ୍କୁ ସଭ୍ୟ ଭାବରେ ରଖା ଯାଇଛି ।  ପରବର୍ତ୍ତୀ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ବିଶେଷଜ୍ଞ ମାନଙ୍କୁ ଏଥିରେ ସାମିଲ କରାଯିବ । ଏଥି ପାଇଁ ଏକ ଟର୍ମସ୍ ଅଫ ରେଫରେନ୍ସ ପ୍ରସ୍ତୁତ ହେବ । ଗଙ୍ଗା ପରି ମହାନଦୀ ର ପ୍ରାକୃତିକ ପ୍ରବାହ ବା ଇ ଫ୍ଲୋ ନିର୍ଧାରଣ ହେବ ଏହି ଆୟୋଗର ପ୍ରଥମ କାମ ।
ଆସନ୍ତା ୧୦ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ଓଡ଼ିଶା ପଟରେ ମହାନଦୀ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ସେହି ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏକ ଗଣ ସତ୍ୟାଗ୍ରହ ଆୟୋଜନ କରାଯିବାର ନିଷ୍ପତି ହୋଇଛି । ସମ୍ଭବ ହେଲେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଙ୍କୁ ଭେଟି ଏକ ଦାବି ପତ୍ର ମଧ୍ୟ ଦିଆ ଯିବ । ମହାନଦୀ କୂଳେ କୂଳେ ମହାନଦୀ ଯାତ୍ରା ଆୟୋଜନ କରିବାର ନିଷ୍ପତି ମଧ୍ୟ ହୋଇଛି ।

ଆଜିର ଆଲୋଚନା ସଭା କୁ ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ ଓ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଦୀପକ ମାଲବ୍ୟ ପୁଲ କୁଣ୍ଡ ରେ ମହାନଦୀ ପାଣି ଦେଇ ଉଦ୍ଘାଟନ କରିଥିଲେ । ନିର୍ବାଚନ କମିଶନ ର ପୂର୍ବତନ ଉପଦେଷ୍ଟା ଡ ଭଗବାନ ପ୍ରକାଶ ଏଥିରେ ଅଧ୍ୟକ୍ଷତା କରିଥିଲେ । ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ଡ ଅରବିନ୍ଦ ବେହେରା, ଶ୍ରୀ ଜଗଦାନନ୍ଦ, ଡ ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଫେସର୍ ଶିଶିର କାନ୍ତ ବେହେରା, ସିପିଏମ ନେତା ସୁରେଶ ପାଣିଗ୍ରାହୀ, ସିପିଆଇ ଏମ୍ ଏଲ ର ନେତା ଅଶୋକ ପ୍ରଧାନ, ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ଏନ ସି ପି ନେତା ବିକ୍ରମ ପ୍ରଧାନ, ଦୟା ବଞ୍ଚାଅ ଆନ୍ଦୋଳନ ର ସଚି କାନ୍ତ ପ୍ରଧାନ, ଧନୁଆ ଆନ୍ଦୋଳନ ର ନିରଦ ଖୁଣ୍ଟିଆ, ପ୍ରାଚୀ ଆନ୍ଦୋଳନର ଅଶ୍ଵିନୀ ମହାପାତ୍ର, ଚିଲିକା ବଞ୍ଚାଅ ଆନ୍ଦୋଳନ ର ବିଷ୍ଣୁ ପ୍ରିୟା ସ୍ୱାଇଁ, ପରେଶ ଜାଲି, ସାଳନ୍ଦୀ ଆନ୍ଦୋଳନ ର ପ୍ରତାପ ପାଢ଼ୀ, ବ୍ରାହ୍ମଣୀ ଆନ୍ଦୋଳନର ଅକ୍ଷୟ ଜେନା, ମାନଦାଧିକlର କର୍ମୀ ମନୋଜ ଜେନା, ମହାନଦୀ ଆନ୍ଦୋଳନର ବିଜୟ ପ୍ରଧାନ, ପ୍ରଭାସିନୀ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଡ ରାଜେନ୍ଦ୍ର ସିଂହ ତାଙ୍କ ବକ୍ତବ୍ୟରେ ଟ୍ରିବ୍ୟୁନାଲ ଦ୍ଵାରା ମହାନଦୀ ସମସ୍ୟା ର ସମାଧାନ ନ ଖୋଜି ଆପୋଷ ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତ ହେବା ଦରକାର ବୋଲି କହିଥିଲେ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିପାଇଁ ଆଗ୍ରହ ପ୍ରକାଶ କରିବା ଉଚିତ୍ ବୋଲି କହିଥିଲେ । ଦରକାର ପଡିଲେ ସେ ଏଥିପାଇଁ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ ବୋଲି। ସେ କହିଥିଲେ । ଶ୍ରୀ ଦୀପକ ମାଲବ୍ୟ ନଦୀ ଓ ପାଣି ଆଜି କର୍ପୋରେଟ ହାତକୁ ଚାଲି ଯାଉଛି । ଏହାର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ । ମହାନଦୀ ଆନ୍ଦୋଳନ କୁ ସମର୍ଥନ କରିବା ସହିତ ଆଗାମୀ ଦିନରେ ଏହାକୁ ଏକ ଜନ ଆନ୍ଦୋଳନ ରେ ପରିଣତ କରିବା ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ କରିବେ ବୋଲି ସେ କହିଥିଲେ ।

Leave A Reply

Your email address will not be published.