ଗ୍ୟାଷ୍ଟିକ୍ ସମସ୍ୟାରୁ ମୁକ୍ତି ଦେବ ୪ଟି ଖାଦ୍ୟ; ଜାଣନ୍ତୁ କଣ

0

ଗ୍ୟାଷ୍ଟିକ୍ ସମସ୍ୟା ଘରେ ଘରେ ଏକ ସାଧାରଣ କଥା ହୋଇଯାଇଛି। ମସଲାଦାର ଏବଂ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ଦେଖାଦେଇଥାଏ। ଏଭଳି ଖାଦ୍ୟ ଖାଇବା ଦ୍ବାରା ପେଟ ଯନ୍ତ୍ରଣା, ଗ୍ୟାସ୍, ଏସିଡିଟି, ଆମ୍ବିଳା ହାକୁଟି ଭଳି ସମସ୍ୟା ଲାଗି ରହିଥାଏ।ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟ ଏହି ରୋଗର ମୂଳ କାରଣ ପାଲଟୁଛି। ତେଣୁ ଆଜି ଆମେ ଆପଣଙ୍କୁ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ଖାଦ୍ୟ ଜିନିଷ ଖାଇବା ଦରକାର, ସେ ବାବଦରେ ଆଲୋଚନା କରିବା।ବୟସ ବଢ଼ିବା ସହିତ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ବଢ଼ି ଚାଲିଥାଏ। କାହିଁକି ନା, ପାଚନ ତନ୍ତ୍ର ପୂର୍ବ ଅପେକ୍ଷା ଦୁର୍ବଳ ହେବାକୁ ଲାଗିଥାଏ। ବିଶେଷଜ୍ଞଙ୍କ ମୁତାବକ, ଯଦି ଆପଣ ନିଜ ଖାଦ୍ୟରେ ଏହି ୪ ପ୍ରାକୃତିକ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବେ, ତ ଏମିତି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଅଦା: ଥଣ୍ଡା, ସର୍ଦ୍ଦି ହେଲେ ପ୍ରାୟତଃ ଆମେ ଅଦା ଖାଇଥାଉ, କିନ୍ତୁ ପେଟ କାଟିବା ସମୟରେ ଅଦା ଚୋଇବାଇ ଖାଇବା ଦ୍ବାରା ଆରାମ ମିଳିଥାଏ। ଜିଞ୍ଜରୋଲ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ପେଟ ଜନିତ ସମସ୍ୟାକୁ ଦୂର କରିପାରେ। ଅଦାକୁ ଗରମ ପାଣିରେ ଫୁଟାଇ ଏହାର ଚା’ ପିଇଲେ, ପେଟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

କମଳା: କମଳାରେ ଭରପୂର ମାତ୍ରାରେ ଫାଇବର ଥାଏ। ତେଣୁ ଏହାର ଜୁସ୍‌ ପିଇବା ପରିବର୍ତ୍ତେ ଏହାକୁ ପୂରା ଖାଆନ୍ତୁ। ଏଥିରେ ଥିବା ଲେକ୍ସେଟିଭ୍ ପେଟ ସଫା କରିବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ। ଏମିତିରେ ଏହାର ଜୁସ୍‌ ପିଇଲେ ବି ପେଟ ସମସ୍ୟା ଶୀଘ୍ର ଭଲ ହୋଇଯାଏ।

ଲେମ୍ବୁ: ଲେମ୍ବୁ ଅନେକ ରୋଗର ଉପଶମ ବୋଲି କୁହାଯାଏ। ଆପଣ ଲେମ୍ବୁ ପାଣି କିମ୍ବା ଏହାର ରସକୁ ସାଲାଡରେ ଚିପୁଡ଼ି ଖାଇ ପାରିବେ। ଏଥିରେ କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ମିଳିଥାଏ। ଏଥି ସହିତ ପେଟ ସମସ୍ୟାକୁ ଦୂର କଲା ଭଳି ପେକ୍ଟିନ୍‌ ଫାଇବର ମଧ୍ୟ ଏଥିରୁ ମିଳିଥାଏ।

Leave A Reply

Your email address will not be published.