ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏ ହେଉଛି ଜଣେ ଅସହାୟ ସ୍ତ୍ରୀ ମନର କଥା।ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ସ୍ବାମୀ କୁ ବଞ୍ଚାଇବା କୁ ଆଖିରୁ ଲୁହ ଗଡାଉଛି। ଆଉ ସରକାରଙ୍କ ପାଖରେ ଆକୁଳ ନିବେଦନ କରୁଛି।ସ୍ୱାମୀକୁ ଭଲ କରିଦିଅ ।ପରିବାରର ଏକ ମାତ୍ର ରୋଜଗାରିଆ ଯେତେବେଳେ ରୋଗ ର ଶଯ୍ୟାରେ ପଡ଼ିରହିଛି ସେତେବେଳେ ପୁରା ପରିବାର ଅସହାୟ ହୋଇପଡିଛି। ନା ପିଲାମାନେ ଭଲରେ ଦି ମୁଠା ଖାଇ ପରୁଛନ୍ତି ନା ପାଠ ପଢ଼ି ପାରୁଛନ୍ତି ନା ସ୍ତ୍ରୀ ଆଖି କୁ ନିଦ ନାହିଁ ଆଉ ବୁଢ଼ୀ ମାଆ ଟିର ଆଖିରୁ କାନ୍ଦି କାନ୍ଦି ଲୁହ ସୁଖୁନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବଡକୁଳ ପଞ୍ଚାୟତ ବଡକୁଳ ଗ୍ରାମ ପ୍ରମୋଦ ଚନ୍ଦ୍ର ରାଉତ ।ପରିବାର କହିଲେ ସ୍ତ୍ରୀ କାଞ୍ଚନ ଓ ଦୁଇ ପିଲା ବୁଢ଼ୀ ମାଆ ଟିଏ।ଡ୍ରାଇଭର ଭାବେ କାମ କରି ପରିବାର ଚଳନ୍ତି ପ୍ରମୋଦ ।ହସ ଖୁସିରେ ଚାଲିଥିଲା ଏହି ଛୋଟିଆ ପରିବାର।ହେଲେ ଏ ପରିବାର କୁ କାହା ନଜର ଲାଗି ଯାଇଛି।
ଦୁଃଖ ର କଳା ବାଦଲ ଏ ପରିବାର ଉପରକୁ ଏବେ ମାଡ଼ି ଆସିଛି।୨୦୨୦ ରେ ବାରମ୍ବାର ପେଟ ବିନ୍ଧା ହେବାରୁ ପ୍ରଥମେ କେନ୍ଦ୍ରାପଡା ମେଡ଼ିକାଲ ପରେ କଟକ ଏସ.ସି.ବି ମେଡ଼ିକାଲ ରେ ଦେଖାଇ ଔଷଧ ଖାଇଥିଲେ ପ୍ରମୋଦ।ହେଲେ କିଛି ସୁଫଳ ମିଳି ନଥିଲା ।ପରେ ଏମ୍.ସ ଡାକ୍ତର ଙ୍କ ପରାମର୍ଶ ପରେ ପରୀକ୍ଷା କରିବାରୁ କିଡନୀ ରୋଗ ରେ ଆକ୍ରାନ୍ତ ଥିବା ଜଣାପଡିଥିଲା।ଆଉ ଏ ଖବର ଶୁଣିବା ପରେ କାଞ୍ଚନ ଙ୍କ ପାଦତଳୁ ମାଟି ଖସିଯାଇଥିଲା ।ସେ ଚିନ୍ତାରେ ପଡ଼ି ଯାଇଥିଲେ କେମିତି ତାଙ୍କ ସ୍ବାମୀ ଙ୍କୁ ବଞ୍ଚାଇବେ।ଆଉ ପିଲା ମାନଙ୍କ ଭାବିଶ୍ୱତ କେମିତି ଗଢିବେ। ଘରର ଏକ ମାତ୍ର ରୋଜଗାରିଆ କିଡନୀ ରୋଗରେ ପୀଡିତ ହୋଇ ଏବେ ବିଛଣାରେ। ପ୍ରତି ମାସରେ ଔଷଧ ଓ ଚିକିତ୍ସା ପାଇଁ ଦଶ ହଜାର ରୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ହେଉଛି।ଅର୍ଥ ଅଭାବରୁ ପ୍ରମୋଦ ଙ୍କ ଉତ୍ତମ ଚିକିତ୍ସା ହୋଇପାରୁ ନଥିବା ବେଳେ, ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଛି। ପ୍ରମୋଦ ଙ୍କ ଦୁଇ ଟି ଯାକ କିଡନୀ ଖରାପ ହୋଇ ଯାଇଛି।ଡାକ୍ତର ତାଙ୍କୁ କୁଡନି ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଛନ୍ତି।ହେଲେ ତାଙ୍କର ଏହି ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।
ପ୍ରମୋଦ ଙ୍କୁ ଭଲ କରିବାକୁ ତାଙ୍କ ଅସହାୟ ସ୍ତ୍ରୀ ଏବେ ଆକୁଳ ନିବେଦନ କରୁଛନ୍ତି।କାନ୍ଦି କାନ୍ଦି ସ୍ବାମୀ ର ଜୀବନ ଭିକ ମାଗୁଛନ୍ତି। କାନି ପାତି ସ୍ବାମୀ ର ଜୀବନ ବଞ୍ଚାଇବାକୁ ଗୁହାରି କରୁଛନ୍ତି। ଯଦି ଆପଣ କାଞ୍ଚନ ଙ୍କୁ ସାହାଯ୍ୟ କରିବାକୁ ଚାହୁଛନ୍ତି ତାଙ୍କ ଆକାଉଣ୍ଟ୍ ନମ୍ବର ରେ ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ।ଲେଖି ରଖନ୍ତୁ କାଞ୍ଚନ ଙ୍କ ସ୍ବାମୀ ପ୍ରମୋଦ ଙ୍କ ଆକାଉଣ୍ଟ ନମ୍ବର।ପ୍ରମୋଦ ଚନ୍ଦ୍ର ରାଉତ ଙ୍କ SBI account number (pramod chandra rout-AC NO:35092790171
IFSC:SBIN0012058)
ଫୋନ୍ ନମ୍ୱର୍ -9937988633 ଯୋଗା ଯୋଗ କରି ପାରିବେ
ଆସନ୍ତୁ ଓଡିଶା ବସି ଏକାଠି ହେବା କାଞ୍ଚନ ଙ୍କ ଶଙ୍ଖା ସିନ୍ଦୁର ବଞ୍ଚାଇବା ପାଇଁ ପ୍ରୟାସ କରିବା ।ଆଉ ପ୍ରମୋଦ ଙ୍କ ଜୀବନ ବଞ୍ଚାଇ ଦେବା ।
Comments are closed.