ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ସୂଚନା ଅନୁସାରେ ଦୀର୍ଘ ଦୁଇ ବର୍ଷ ଧରି ଶିକ୍ଷକ ଅଭାବ ନେଇ ଅଭିଭାବକ ମାନେ ବାରମ୍ବାର ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇବା ପରେ ସୁଦ୍ଧା ଅଧିକାରୀ ଚୁପ ହୋଇ ବସିଥିଲେ। ଆଜି ସକାଳ ଅଞ୍ଚଳରେ ଏ ବାବଦରେ ଉତ୍ତେଜନା ସୃଷ୍ଟି ହୋଇ ବିଦ୍ୟାଳୟ ଆସିବା ସମୟ ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଫାଟକରେ ତାଲା ପକାଇବା ସହିତ ବିଦ୍ୟାଳୟ ଆଗରେ ଥିବା ଗ୍ରାମ୍ୟ ରାସ୍ତା ରେ ବସ୍ତାନି ଏବଂ କିଛି କାଠ ଝଟା ପକାଇ ରାସ୍ତା ଅବରୋଧ କରିଥିଲେ।
ଦୀର୍ଘ ସମୟ ବସିବା ପରେ ଘଟଣା ସ୍ଥଳ ରେ ଏବିଓ ଓ କ୍ଲଷ୍ଟର ସିଆରସି ପହଞ୍ଚି ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନକାରୀ ଧାରଣା ସ୍ଥଳରୁ ଉଠିଥିଲେ। ଯଦି ପନ୍ଦର ଦିନ ଭିତରେ ସ୍ଥାୟୀ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଅଭିଭାବକ ମାନେ ଛାତ୍ର ଛାତ୍ରୀ ଙ୍କ ସାର୍ଟିଫିକେଟ ନେଇ ଅନ୍ୟତ୍ର ପଢ଼ାଇବା ପାଇଁ ଚେତାବନୀ ଦେଇଥିଲେ । ଘଟଣା ଅନୁସାରେ ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ କୁଳିଗାଁ ପଞ୍ଚାୟତ ଗମ୍ଭାରୀଆ ଗ୍ରାମ ରେ ଥିବା ନବକୁମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ଦିନରୁ ଶିକ୍ଷକ ଅଭାବ ନେଇ ବାରମ୍ବାର ଜିଲ୍ଲା ଶିକ୍ଷା ବିଭାଗରେ ଅବଗତ କରାଇଥିଲେ।
ମାତ୍ର ଏ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇପାରିନାହିଁ। ଏଥି ନେଇ ଆଜି ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ଏସ ଏମ ସି କମିଟି ର ସଦସ୍ୟ ମାନେ ବିଦ୍ୟାଳୟ ଫାଟକ ରେ ତାଲା ପକାଇ ଧାରଣା ରେ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଦୀର୍ଘ ଦିନ ହେବ ଶିକ୍ଷକ ନିଯୁକ୍ତି ନ ହେବାରୁ ଆଜି ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ ର ଉଗ୍ରରୂପ ଧାରଣ କରିଥିଲା। ଘଟଣା ବାବଦରେ ଅତିରିକ୍ତ ସହ ଶିକ୍ଷା ଅଧିକାରୀ ବଳରାମ ନାୟକ ଓ କ୍ଲଷ୍ଟର ସିଆରସିସି ସଞ୍ଜୟ ସ୍ୱାଇଁ ବିଦ୍ୟାଳୟ ପରିସରରେ ପଂହଁଛି ଅଭିଭାବକଙ୍କୁ ବୁଝା ସୁଝା କରି ଆସନ୍ତା ୧୫ ତାରିଖ ସୁଧା ନୂତନ ଶିକ୍ଷକ ବିଦ୍ୟାଳୟକୁ ଯୋଗାଇ ଦେବାର ପ୍ରତିଶୃତି ଦେବାପରେ ଧାରଣା ପ୍ରତିହୃତ ହୋଇଥିଲା।
Comments are closed.