ନନ୍ଦନକାନନ ଯାଉଥିବା ଜୀରାଫ ଦେଖିବାକୁ ଭିଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନନ୍ଦନକାନନ ଯାଉଥିବା ଜୀରାଫ ଦେଖିବାକୁ ଭିଡ। ନନ୍ଦନକାନନରେ ଜିରାଫ ସଂଖ୍ୟା କମିଥିବା ବେଳେ ଓଡିଶା ସରକାର ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ପଶ୍ଚିମବଙ୍ଗର ଅଲିପୁର ସ୍ଥିତ ଚିଡ଼ିଆଖାନାରୁ ଗୋଟିଏ ମେଲ ଜିରାଫ ଓ ଅନ୍ୟ ଗୋଟିଏ ଫିମେଲ ଜିରାଫ ବନବିଭାଗର ସ୍ୱତନ୍ତ୍ର ଗାଡି ଯୋଗେ ଉଭୟ ଜିରାଫକୁ ନନ୍ଦନ କାନନ ଅଭିମୁଖେ ନିଆଯାଉଛି।

ଏହି ଗାଡିକୁ ସୁରକ୍ଷା ଦେବାକୁ ଗାଡିର ଆଗରେ ଏକ ସ୍ୱତନ୍ତ୍ର ସୁରକ୍ଷା ଗାଡି, ଡାକ୍ତରୀ ଟିମ ଓ ଜିରାଫ ମାନଙ୍କ ଖାଦ୍ୟ ସହିତ ପଶ୍ଚିମବଙ୍ଗ ରୁ ବାହାରି ୧୬ ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ କୁ ନିଆ ଯାଉଥିଲା।

ଏହି ଯାତ୍ରା ସମୟରେ ବାଲେଶ୍ୱର ଜିଲ୍ଲା ସୋର ଥାନା ସମ୍ମୁଖରେ କିଛି ସମୟ ପାଇଁ ଗାଡି ଅଟକି ଥିବା ବେଳେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।ସୋର ଅଞ୍ଚଳ ପାରି ହେବା ପର୍ଯ୍ୟନ୍ତ ସୋର ପୋଲିସ ସୁରକ୍ଷା ଦେଇଥିଲେ।

Leave A Reply

Your email address will not be published.