ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାନ୍ଥ ରୁ ଲିଭିନି ଶୁଭ ବିବାହ ହେଲେ ଲିଭିଗଲା ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ | ସାମାନ୍ୟ ଫ୍ରିଜ ପାଇଁ ଚାଲିଗଲା ନବବଧୂ ଜୀବନ | ଏଭଳି ଅଭିଯୋଗ ହୋଇଛି ବାଲେଶ୍ୱର ଜିଲ୍ଲା ସୋର ଥାନାରେ।
ସୂଚନା ଅନୁସାରେ ଗତ ଜୁନ ମାସ 14 ତାରିଖ ରେ କୁପାରୀ ପଂଚାୟତ ସରପୁର ଗ୍ରାମ ର ସୁଦାମ ସେଠି ଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠି ଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ଖଇରା ବ୍ଲକ ଗଡ଼ପୋଖରୀ ପଂଚାୟତ ତେନ୍ତାଲ ଗଡିଆ ଗ୍ରାମ ର ଜଗନ୍ନାଥ ଦାସ ଙ୍କସହ ବାହାଘର ହୋଇଥିଲା | ବିହାଘରର କିଛି ଦିନ ଠିକଠାକ ଚାଲିବା ପରେ ଜଗନ୍ନାଥ ଓ ତାଙ୍କ ମା ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟା କୁ ନିର୍ଯ୍ୟାତନା ଦେଉଥିଲେ |
ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗିରହିଥିଲା | ଆଜି ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିବା ନେଇ ଜଗନ୍ନାଥଙ୍କ ଗ୍ରାମବାସି ମାନେ ଝିଅ ପରିବାର କୁ ଖବର ଦେଇଥିଲେ | ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ଜଗନ୍ନାଥ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅ କୁ ହତ୍ୟା କରିଥିବା ନେଇ ଝିଅ ପରିବାର ଲୋକ ଅଭିଯୋଗ କରିଛନ୍ତି | ଗ୍ରାମ ରେ ଉତେଜନା ଲାଗିରହିଛି |
Comments are closed.