ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲା ସୋର ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ପୋଖରୀରେ ଗାଧୋଉ ଥିବା ବେଳେ ବୁଡିଯାଇ ପୁଅର ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ ବେଳେ ବିବାଦ ଜନ୍ମିଲା। ପୁଅକୁ ନିଜର ଦାବିଦାର କହି ଦୁଇଜଣ ବ୍ୟକ୍ତି ବାପାର ପରିଚୟ ନେଇ ଥନାରେ ପହଁଚିଥିବା ଦେଖାଯାଇଛି। ଅନ୍ୟପଟେ ଶବ ଗୃହରେ ପୁଅର ଶବ ବ୍ୟାବଚ୍ଛେଦ ଅପେକ୍ଷାରେ ରହି ପ୍ରକୃତ ବାପାର ପରିଚୟ ଖୋଜୁଛି। ଏପରି ଘଟଣା ଘଟିଛି ସୋର ଅଂଚଳରେ।
ଧାମରା ଅଂଚଳର ସଞ୍ଜୀବ କୁମାର ବିଶ୍ୱାଳ ସୋର ପୌରାଞ୍ଚଳ ବାଳେଶ୍ଵର ଗ୍ରାମରେ ଭଡାରେ ରହୁଥିବା ବେଳେ ତାଙ୍କ ପୁଅ ସୌମ୍ୟରଂଜନ ବିଶ୍ୱାଳ ଟିଉସନରୁ ଫେରି ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ପୋଖରୀରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ସୋର ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ପୋଖରୀରୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ସୋର ପୁଲିସ ଡାକ୍ତରଖନାରେ ପହଂଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ମାମଲା ରୁଜୁ କରିଥିଲେ। ଏହି ସମୟରେ ପୁଲିସ ମୃତ ପୁଅର ମା ଠାରୁ ବାପାର ନାଁ ସଞ୍ଜୀବ ବିଶ୍ୱାଳ ଲେଖିଥିଲେ।
ମାତ୍ର ସନ୍ଧ୍ୟାରେ ଜଣେ ବ୍ୟକ୍ତି ହଠାତ ଥାନାରେ ପହଁଚି ମୃତ ପୁଅ ଜଣଙ୍କ ତାଙ୍କ ପୁଅ ହୋଇଥିବାର ଦାବି କରିଥିଲେ। ଏବଂ ତାଙ୍କ ସ୍ତ୍ରୀ ଗତ ୪ ବର୍ଷ ତଳେ ପରକୀୟା ପ୍ରୀତିରେ ଧାମରା ଅଂଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରି ପଳାଇଯିବା ସହିତ ସମସ୍ତଙ୍କର ନାଁ ବଦଳାଇ ଦେଇଥିବା କହିଛନ୍ତି। ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଛେଦ ଘରେ ପୁଅର ଶବକୁ ନେବା ପାଇଁ ଉଭୟ ଦାବିଦାର ବାପା ଥନାରେ ଅପେକ୍ଷାରତ ଅଛନ୍ତି।