କର୍ମଚାରୀଙ୍କ ପାଇଁ ଖୁସି ଖବର: ସପ୍ତାହରେ ୪ ଦିନ କାମ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଆଉ ସପ୍ତାହକୁ ୬ ଦିନ କାର୍ଯ୍ୟ କରିବାକୁ ପଡ଼ିବ ନାହିଁ । ୬ଦିନ ବଦଳରେ ୪ଦିନ କାର୍ଯ୍ୟକରିବେ କର୍ମଚାରୀ । ବ୍ରିଟେନରେ ଏଭଳି ନିୟମ ଲାଗୁ କରାଯାଇଛି । ବ୍ରିଟେନ୍ ରେ ସାପ୍ତାହକ କାର୍ୟ୍ୟ ଦିବସ ହେବ ୪ ଦିନ । ରାଣୀ ଏଲିଜାବେଥ୍ ଙ୍କ ଶାସନର ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାରେ ଏହା କାର୍ୟ୍ୟକାରୀ ହୋଇଛି । ଆସନ୍ତା ୬ ମାସ ପର୍ୟ୍ୟନ୍ତ ଏହା ଜାରି ରହିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଛୁଟି ସମୟରେ କର୍ମଚାରୀଙ୍କର ଦରମା କଟାଯିବ ନାହିଁ। ପୂର୍ବରୁ ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ଆମେରିକା ଓ କାନାଡ଼ାରେ ଏହା ଆରମ୍ଭ ହୋଇଛି । ୧୯୫୬ରେ ଆମେରିକା ଉପରାଷ୍ଟ୍ରପତି ରିଚାର୍ଡ ନିକ୍ସନ ପ୍ରଥମେ ଏଭଳି ଯୋଜନା ସପକ୍ଷରେ ମତ ଦେଇଥିଲେ । ବ୍ୟାଙ୍କିଙ୍ଗ୍, ଆତିଥ୍ୟ, ଯତ୍ନ ଏବଂ ଆନିମେସନ୍ ଷ୍ଟୁଡିଓ ସେକ୍ଟରର ପ୍ରାୟ ୭୦ ଟି କମ୍ପାନୀ ବିଶ୍ୱର ସର୍ବବୃହତ ପାଇଲଟ୍ ଯୋଜନାରେ ଭାଗ ନେବାକୁ ସାଇନ୍ ଅପ୍ କରିଛନ୍ତି ।

Leave A Reply

Your email address will not be published.