ନର୍ସ ମାନଙ୍କ ପାଇଁ ଖୁସି ଖବର, ବଡ ଉପହାର ଦେଲେ ନବୀନ

0

ଓଡିଆ ନ୍ୟୁଜ (ବ୍ୟୁ୍ରୋ) : ନର୍ସ ମାନଙ୍କୁ ରାଜ୍ୟସରକାର ଏକ ବଡ ଉପହାର ଦେଇଛନ୍ତି। ପ୍ରତିବର୍ଷ ମଇ ୧୨ ତାରିଖକୁ ସମଗ୍ର ବିଶ୍ୱରେ “ଆନ୍ତର୍ଜାତୀୟ ନର୍ସ ଦିବସ” ଭାବେ ପାଳନ କରାଯାଇଥାଏ। ନର୍ସ ମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିନକୁ ନିର୍ସମାନଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିବସର ପାଳନ ବହୁ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା।

ସ୍ବାସ୍ଥ୍ୟ ସେବା ପାଇଁ ଡ଼ାକ୍ତର ଯେତିକି ଜରୁରୀ ଜଣେ ନର୍ସଙ୍କର ଭୂମିକା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ। କରୋନା କାଳରେ ଯେତେବେଳେ ସାରା ବିଶ୍ୱରେ ଭାଇରସ୍ ଯୋଗୁଁ ଲୋକେ ଯନ୍ତ୍ରଣା ଭୋଗୁଥିଲେ ସେ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦେବଦୂତ ସାଜି ନିରନ୍ତର ଲୋକଙ୍କ ସେବା କରୁଥିଲେ ଡାକ୍ତର ଓ ନର୍ସ। ସେଥିଲାଗି ସେ ସମୟରେ ଏମାନଙ୍କୁ କରୋନା ଯୋଦ୍ଧା ବୋଲି ଆଖ୍ୟା ଦିଆଗଲା। ଆନ୍ତର୍ଜାତିକ ନର୍ସ ଦିବସରେ ନର୍ସମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି।

ସିଙ୍ଗାପୁରକୁ ଯିବାକୁ ଥିବା ପ୍ରଥମ ବିମାନରେ ସାମିଲ ହେବେ ନର୍ସ। ଜୁନ ୩ରୁ ଭୁବନେଶ୍ଵରରୁ ସିଙ୍ଗାପୁର ଉଡ଼ିବ ସିଧା ବିମାନ। ୨ ଜଣ ନର୍ସଙ୍କୁ ସିଙ୍ଗାପୁର ପଠାଇବେ ସରକାର। ଆନ୍ତର୍ଜାତୀୟ ନର୍ସ ଦିବସରେ ଏହି ଘୋଷଣା କରାଯାଇଛି। ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ବା ଭୂମିକା ଗ୍ରହଣ କରୁଥିବା ଏହି କାର୍ଯ୍ୟରତ ନର୍ସମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.