ଆଖି ବୁଜିଲା ଗୁଳିଖାଇ ଚିକିତ୍ସିତ ହେଉଥିବା ଦନ୍ତା

0

ନରସିଂହପୁର (ଓଡ଼ିଆ ନ୍ୟୁଜ୍‌): ଆଖି ବୁଜିଲା ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଗୁଳିଖାଇ ଚିକିତ୍ସିତ ହେଉଥିବା ଦନ୍ତାହାତୀ । ୮ ଦିନର ଚିକିତ୍ସା ପରେ ଶେଷରେ ଆଜି ହାତୀଟି ମୃତ୍ୟୁବରଣ କରିଛି । ଏନେଇ ସୂଚନା ଦେଇଛନ୍ତି ନରସିଂହପୁର ପଶ୍ଚିମ ବନାଞ୍ଚଳ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ।

ସୂଚନାଯୋଗ୍ୟ, ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ବୁଲୁଥିବା ବେଳେ ଦୁର୍ବୁତ୍ତଙ୍କ ଶିକାର ହୋିଥିଲା ଦନ୍ତାହାତୀ । ଶେଷରେ ଶୀକାରୀମାନେହାତୀକୁ ୫ରୁ ୬ଟି ଗୁଳି ମାରିଥିଲେ। ହାତୀର ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଗୁଳ ବାଜିଥିଲା। ଏହା ପରେ ହାତୀଟି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ଯନ୍ତ୍ରଣାରେ ଦନ୍ତାହାତୀଟି ଜଙ୍ଗଲ ଭିତରେ ଘୁରି ବୁଲୁଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ଗର୍ଜନ କରୁଥିଲା। ତେବେ ଚାଲି ନପାରି ହାତୀଟି ଜଙ୍ଗଲ ଭିତରେ ଏକ ନାଳରେ ପଡ଼ି ଯାଇଥିଲା। ସେଠାରୁ ଛଟପଟ ହେଉଥିଲା। ନାଳରୁ ଉଠିବାକୁ ଚେଷ୍ଟା କରୁଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ଜଙ୍ଗଲକୁ ଯାଇଥିବା ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବିଳମ୍ୱରେ ହେଲେ ମଧ୍ୟ ବନ ବିଭାଗ ହାତୀ ପାଖରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲା। ହେଲେ ହାତୀର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ହେଉଥିଲା। ହାତୀର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ଅଧିକ ଚିକିତ୍ସା ପାଇଁ ବଡ଼ମ୍ୱା ବିଧାୟକ ଦେବୀ ମିଶ୍ର ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅନୁରୋଧ କରିଥିଲେ। ଏପରିକି ହାତୀକୁ ଉଦ୍ଧାର ପାଇଁ କଟକ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ସେତେବେଳକୁ ହାତୀ ଦେହରେ ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ହାତୀଟିର ମୁୃତ୍ୟୁ ହୋଇଛି ।

Leave A Reply

Your email address will not be published.