ନର୍ମାଲ ଡେଲିଭରୀ ପାଇଁ ବାଛନ୍ତୁ ସରକାରୀ ହସ୍ପିଟାଲ: ସ୍ୱାସ୍ଥ୍ୟ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି।୫ ବର୍ଷରେ ରାଜ୍ୟରେ ମୋଟ୍‌ ୩୦ ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି।ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ଵ ପ୍ରସବ ହୋଇଛି।ସରକାରୀ ହସ୍ପିଟାଲରେ ୧୯ ଲକ୍ଷ ୫୯ ହଜାର ୯୧୮ ନର୍ମାଲ ଡେଲିଭରିଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲିଖିତ ଉତ୍ତରରେ କହିଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି। ୫ ବର୍ଷରେ ରାଜ୍ୟରେ ମୋଟ ୩୦ ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି। ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ୱ ପ୍ରସବ ହୋଇଛି। ସରକାରୀ ହସ୍ପିଟାଲରେ ୧୯ ଲକ୍ଷ ୫୯ ହଜାର ୯୧୮ ନର୍ମାଲ ଡେଲିଭରି। ୪ ଲକ୍ଷ ୯ ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି। ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୮ ହଜାର ୨୪୨ ନର୍ମାଲ ଡେଲିଭରି ହୋଇଛି। ୪ ଲକ୍ଷ ୯୦ ହଜାର ୫୦୫ ସିଜେରିଆନ ଡେଲିଭରୀ ହୋଇଛି।

Leave A Reply

Your email address will not be published.