କେରଳର ୫ ଜିଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

0

ଓଡ଼ିଆ ନ୍ୟୁଜ୍: କେରଳରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରବିବାର କେରଳର ବିଭିନ୍ନ ସ୍ଥାନରେ ନିରନ୍ତର ଏବଂ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା, ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛଗୁଡିକ ଉପୁଡ଼ି ପଡ଼ିଥିବା ବେଳେ ଉଚ୍ଚ ଅଞ୍ଚଳରେ କାଦୁଅ ଧସି ପଡ଼ିଛି। ଏପରିକି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯଦିଓ କୌଣସି ସ୍ଥାନରେ ବଡ଼ ଧରଣର ମୃତାହତର ଖବର ମିଳିନାହିଁ, ହେଲେ ବିଭିନ୍ନ ଜିଲା ଘର ଏବଂ ଯାନବାହନ ବିକ୍ଷିପ୍ତ କ୍ଷତି ଘଟିଛି।

ଗତକାଲି ସାରୁ ଲଗାଣ ବର୍ଷା ପରେ ମାଟି ଧସିବା ଯୋଗୁ ପାହାଡ଼ି ଅଞ୍ଚଳ ମଲାପ୍ପୁରମର କୋଟ୍ଟାକ୍କଲରେ ଏକ ଘର କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ପରିବାର ଲୋକେ ଅଳ୍ପକେ ବଞ୍ଚି ଯାଇଛନ୍ତି।ଉତ୍ତର ୱାୟାନାଡର ସୁଲତାନ ବାଥେରୀ ଏବଂ ଦକ୍ଷିଣ କୋଟ୍ଟାୟାମ ଜିଲାର ଚୁଙ୍ଗାମରେ ପ୍ରବଳ ବର୍ଷା ପବନ ଯୋଗୁ ବଡ଼ବଡ଼ ଗଛଗୁଡିକ ଉପୁଡ଼ି ପଡ଼ିଛି। ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ସଫା କରିବା ପରେ ଗାଡିଚଳାଚନ ସ୍ବାଭାବିକ ହୋଇଥିଲା।

କେରଳର ୫ ଜିଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଜୁନ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ କେରଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.