ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଲେ ହେମନ୍ତ ସୋରେନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଲେ ହେମନ୍ତ ସୋରେନ | କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋ‌ରେନ ଗତକାଲି ସନ୍ଧ୍ୟାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା‌ ଦେଇଛନ୍ତି।  ତାଙ୍କ ସ୍ଥାନରେ ପରିବହନ ମନ୍ତ୍ରୀ ତଥା ଜେଏମ୍‌ଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆଜି ସେ ଶପଥ ଗ୍ରହଣ କରିବେ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ‌ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିଦ୍ଦେ‌ର୍ଶାଳୟ (ଇଡି) ଅଧିକାରୀମାନେ ଗିରଫ କରିଛନ୍ତି। ଇଡି ଅଧିକାରୀମାନେ ଆଜି ଅପରାହ୍ନ ସାଢ଼େ ଗୋଟାଏରୁ ପ୍ରାୟ ସାତ ଘଣ୍ଟା ଧରି ତାଙ୍କୁ ଜେରା କରିଥିଲେ। ତାଙ୍କୁ ଗିରଫ କରାଯିବ ବୋଲି ଇଡି ଅଧିକାରୀମାନେ ସୂଚନା ଦେବାପରେ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ ଲାଗି ସମୟ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ସୋରେନ ନିଜ ବିଧାୟକମାନଙ୍କ ସହିତ ତାଙ୍କ ବାସଭବନରୁ ରାଜଭବନ ଯାଇଥିଲେ। ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ଦେଇଥିଲେ।

ଅନ୍ୟପଟେ ହେମନ୍ତ ଇସ୍ତଫା ଦେଲେ ତାଙ୍କ ପତ୍ନୀ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତକାଲି ଠାରୁ ଶୁଣାଯାଉଥିଲା। କିନ୍ତୁ ସନ୍ଧ୍ୟା ବେଳେ ଚିତ୍ର ବଦଳିଯାଇଥିଲା। କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମସ୍ୟା ‌ହୋଇପାରେ।  ତେଣୁ ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ସ୍ଥିର ହୋଇଥିଲା। ଏହାପରେ ବିଧାୟକ ଦଳ ବୈଠକରେ ଚମ୍ପାଇଙ୍କୁ ନେତା ନିର୍ବାଚିତ କରାଯାଇଥିଲା। ଚମ୍ପାଇଙ୍କ ନେତୃତ୍ବରେ ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦ‌ାବି ଜଣାଇଥିଲେ। ୮୦ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଶାସକ ମେଣ୍ଟର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୪୯ ରହିଛି। ଏଥିରେ ଜେଏମ୍‌ଏମ୍‌ର ୨୯, କଂଗ୍ରେସର ୧୬, ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଜଣେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନବାଦୀ) ଲିବରେସନର ଜଣେ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଜଣେ ସଦସ୍ୟ ରହିଛନ୍ତି।

Leave A Reply

Your email address will not be published.