ହୋମଗାର୍ଡ ପାଇଁ ଦୌଡ଼ି ଟଳିପଡ଼ିଲେ

0

ଓଡ଼ିଆ ନ୍ୟୁଜ୍: ହୋମଗାର୍ଡ ପାଇଁ ଦୌଡ଼ ପ୍ରତିଯୋଗିତା ବେଳେ ମୃତ୍ୟୁ। ଛତ୍ରପୁର ରିଜର୍ଭ ପୁଲିସ ପଡ଼ିଆରେ ଶାରୀରିକ ପରୀକ୍ଷା ବେଳେ ମୃତ୍ୟୁ।ମୃତକ ତାରସିଂ ଥାନା ତୁଳସୀପଲ୍ଲୀ ଅଂଚଳର ଶିବରାମ ପ୍ରଧାନ ସୂଚନା। ଦୌଡ଼ିବା ବେଳେ ଅସୁସ୍ଥ ହେବାରୁ ଛତ୍ରପୁର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ।ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର, ଚିକିତ୍ସା ବେଳେ ମୃତ ଘୋଷଣା କଲେ ଡାକ୍ତର।

ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନରେ ଛତ୍ରପୁରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଗୃହରକ୍ଷୀ ପାଇଁ ଶାରୀରିକ ପରୀକ୍ଷା ଚାଲିଛି। ଏହି ପରୀକ୍ଷାରେ ସାମିଲ ହେବା ପାଇଁ ଗଂଜାମ ଜିଲ୍ଲା ତାରସିଂ ଥାନା ଅଧୀନ ତୁଳସୀପଲ୍ଲୀ ଅଂଚଳର ଶିବରାମ ପ୍ରଧାନ ଆସିଥିଲେ। ସେ ଦୌଡୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସେଠାରୁ ସଙ୍ଗେ ସଙ୍ଗେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.