ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ନାଳ ପାଖରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖପୁରୀ ସହ ଦାନ୍ତ ଓ ହାଡ଼ ମଧ୍ୟ ଉଦ୍ଧାର ହୋଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ମା’ ନିଖୋଜ ଥିବା ବେଳେ ଏହା ସେମାନଙ୍କ ଶରୀରର ଅବଶିଷ୍ଟାଶଂ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାରେ ପୁଲିସ ନିଖୋଜ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଗତକାଲି ସନ୍ଧ୍ୟା ସମୟରେ ସମୁଦ୍ର ପାଖ ଏକ ନାଳ ବନ୍ଧ ନିକଟ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ସେଠାରେ ବେଢ଼ି ରହିଥିବା କୁକୁର କିଛି ଗଳିତ ମାଂସ ଧରି ଦୌଡ଼ୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ନାୟକାଣିଡିହି ପୋଲିସ,ଭଦ୍ରକ ସଦର ଏସଡିପିଓ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେମାନେ ମଣିଷର ଖପୁରୀ,ହାଡ,ଏବଂ ଦାନ୍ତ ଆଦି ପଡିଥିବାର ଦେଖିବାକୁ ପାଇଥିଲେ। ମାଟି ତଳେ ମଣିଷର ଶରୀର ପୋତା ହୋଇଥିବା ଅନୁମାନ କରାଯାଇଥିଲା।। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବଡହାବେଲି ସାହି ପଞ୍ଚାଘେରିଆ ଗାଁରେ ମାଆ ଯମୁନା ସାମଲ ଓ କୌଶଲ୍ୟା ଗାୟନ ସୁଭଦ୍ରା ଯୋଜନା ଆବେଦନ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ।
ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ପରେ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ପ୍ରାଥମିକ ତଦନ୍ତ କରିଥିଲା। ଏହି ଘଟଣାର କିଛିଦିନ ପରେ ସ୍ଥାନୀୟ ଚାଷୀ ଜମିରୁ ପାଣି କମାଇବାକୁ କଳା ପାହାଡିଆ ନାଳ ଖୋଳୁ ଥିବାବେଳେ ଜେସିବିରେ ବସ୍ତା ଲାଗିଥିଲା। ଏହି ବସ୍ତାରେ ଖପୁରୀ ଆଉ ହାଡ଼ ଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ତେବେ ନାଳ ବନ୍ଧରୁ ମଣିଷ ଖପୁରୀ ମିଳିବା ପରେ ତାହା ଉଭୟ ମା’, ଝିଅଙ୍କର ବୋଲି ସନ୍ଦେହ ହେଉଛି। ପୁଲିସ ନିଖୋଜ କୌଶଲ୍ୟା ନାୟକଙ୍କ ସ୍ୱାମୀ ଗୁରୁପଦ ଗାହାଣ ଏବଂ ଦିଅର ନିରପଦ ଗାହାଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
Comments are closed.