ଶିମିଳିପାଳରେ ପୁଣି ମାତିଲେ ଶିକାରୀ, ଗୁଳି କରି ହତ୍ୟା କଲେ ଫରେଷ୍ଟରଙ୍କୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶିକାରୀ ଗୁଳିର ଶିକାର ହେଲେ ଫରେଷ୍ଟର । ଶିମିଳିପାଳରେ ପୁଣି ମାତିଲେ ଶିକାରୀ । ଗୁଳି କରି ହତ୍ୟା କଲେ ଫରେଷ୍ଟରଙ୍କୁ । ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ମୃତ । ପାଟ୍ରୋଲିଂ ବେଳେ ଗୁଳି କରିଥିଲେ ଶିକାରୀ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆ ଯାଇଥିଲା । ଚିକିତ୍ସାଳୟରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଘଟଣା ପରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଆରମ୍ଭ କରିଛି । ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ । ଫରେଷ୍ଟରଙ୍କ ମୃତ୍ୟୁ ଘଟଣାର ୬ ଜଣଙ୍କୁ ଅଟକ ରଖାଯାଇଛି, ଶିକାରୀକୁ ଖୋଜା ଚାଲିଛି । ୨ ଜଣଙ୍କୁ ସନ୍ଦେହ କରାଯାଉଛି, ଶୀଘ୍ର ଶିକାରୀକୁ କାବୁ କରାଯିବ । ପାଟ୍ରୋଲିଂ କରୁଥିବା ଫରେଷ୍ଟଗାର୍ଡ ଓ ଫରେଷ୍ଟରଙ୍କୁ ଅଧିକ ଟିମ୍‌ ଦିଆଯିବ ।

ସୂଚନା ଦେଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶୀଲ କୁମାର ପୋପ୍‌ଲି ।ପୂର୍ବରୁ ଗତ ମାସ ୨୨ ତାରିଖରେ ଶିମିଳିପାଳରେ ଶିକାରୀଙ୍କ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ବିମଲ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା। ୨୨ ତାରିଖ ସଂଧ୍ୟାରେ ଫରେଷ୍ଟ ଗାର୍ଡ ବିମଲ ଜେନା ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ୨୦ରୁ ଅଧିକ ଶିକାରୀ ଦୁଇଟି ବାରହା, ତିନିଟି କୁଟୁରା ଶିକାର କରି ଫେରୁଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ଟିମ ପିଛା କରିବାରୁ ପାଲଟା ଗୁଳି ଚାଳନା କରିଥିଲେ ଶିକାରୀ । ଘଟଣାସ୍ଥଳରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନା ଟଳି ପଡ଼ିଥିଲେ । ସେହିପରି ଗତ ୧ ତାରିଖରେ ଶିମିଳିପାଳରେ ବନ କର୍ମଚାରୀଙ୍କ ଗୁଳିମାଡ଼ରେ ଜଣେ ଶିକାରୀ ଜଗନ୍ନାଥ ହେମ୍ବ୍ରମଙ୍କ ମୃତ୍ୟୁ ଘଟିଥିଲା । ଶିମିଳିପାଳ ତାଳବନ୍ଧ ଅଞ୍ଚଳରେ ଗାଁ ଲୋକେ ଶିକାର ପାଇଁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଶିକାରୀମାନେ ଆକ୍ରମଣ କରିବାରୁ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲେ ବନ କର୍ମଚାରୀ । ଏଥିରେ ଘର ବୁରୁଡିହି ଗାଁର ଶିକାରୀ ଜଗନ୍ନାଥ ହେମ୍ବ୍ରମଙ୍କ ମୃତ୍ୟୁ ଘଟିଥିଲା ।.

Leave A Reply

Your email address will not be published.