ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାରିବାରିକ ସମସ୍ଯା କୁ ନେଇ ସ୍ବାମୀ ସାଜିଲା ସୈତାନ। ନିଜେ ବିଷ ପିଇବା ପରେ ସ୍ତ୍ରୀ କୁ କଟୁରିରେ ହାଣିଲା ସ୍ବାମୀ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ଘଟଣା ଘଟାଇବା ପରେ ରକ୍ତ ଭିଜା କଟୁରି ଧରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ। ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ହାସିମପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ। ତେବେ ବିବାହ ପରଠାରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ ନେଇ ସ୍ତ୍ରୀ ଜୟନ୍ତୀ ସ୍ବାମୀଙ୍କ ପାଖରେ ନରହି ବାପଘରେ ରହିବା ସହ ସିଂଲା ଥାନା ସମ୍ମୁଖରେ କ୍ରୀଷ୍ଣା ନାମକ ଏକ ବିୟୁଟି ପାର୍ଲର କରିଥିଲେ। ତେବେ ସ୍ବାମୀ ସ୍ତ୍ରୀଙ୍କ ଝଗଡାକୁ ନେଇ ପୂର୍ବରୁ ବିଭିନ୍ନ ସମୟରେ ଉଭୟ ବାଲିଆପାଳ ଏବଂ ସିଂଲା ଥାନାରେ ପୃଥକ ମାମଲା ରହିଛି। ଆଜି ଅପରାହ୍ନରେ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ନିଜେ ବିଷ ପିଇବା ପରେ ଏକ କଟୁରୀ ଧରି ସିଂଲା ଥାନା ଠାରୁ ୧୦୦ ମିଟର ଦୂରରେ ଥିବା କ୍ରିଷ୍ଣା ବିୟୁଟି ପାର୍ଲରରେ ପହଞ୍ଚି ଜୟନ୍ତୀଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ।
ଏହା ପରେ ରକ୍ତ ଭିଜା କଟୁରୀ ଧରି ସିଂଲା ଥାନାରେ ଆତ୍ମସମର୍ପଣ କରିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଜୟନ୍ତୀକୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ବାଲେଶ୍ବର ଏବଂ ପରେ କଟକର ଘରୋଇ ହସପିଟାଲକୁ ସ୍ଥାନାନ୍ତର କରା ଯାଇଛି। ଅନ୍ଯପଟେ ବିଷ ପିଇଥିବା ସ୍ବାମୀ ପୂର୍ଣ୍ଣଚନ୍ଦ୍ରକୁ ସିଂଲା ପୋଲିସ ପ୍ରଥମେ ବସ୍ତା ହସପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ସବୁ ସମୟରେ ମଦ୍ୟପାନ କରି ଜୟନ୍ତୀକୁ ମାରଧର କରୁଥିବାରୁ ଏହି ବିବାଦ ରହିଥିବା କଥା କହିଛନ୍ତି ସ୍ଥାନୀୟ ଲୋକେ।
ବାଇଟ- ନଗେନ୍ଦ୍ର କୁମାର ସିଂ, ସରପଞ