କାବୁଲରୁ IAFର ବିମାନରେ ବାହାରିଲେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ

0

ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ କାବୁଲ ଏୟାରପୋର୍ଟରେ ଦେଖାଯାଉଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ସି-୧୭ ବିମାନ ଭାରତ ଅଭିମୁଖେ ଉଡାଣ ଭରିଛି । ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ଧରି କାବୁଲ ଛାଡିଛି ଏହି ବିମାନ । ସି-୧୭ ଏୟାରକ୍ରାପ୍ଟରେ ୧୨୦ ଜଣ ଭାରତୀୟ ଫେରୁଥିବା ଜଣାପଡିଛି । ବାକୁଲ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଓ କର୍ମଚାରୀ ଏଥିରେ ଫେରୁଛନ୍ତି । ଆମେରିକା ସେନାଙ୍କ ସୁରକ୍ଷା ମଧ୍ୟରେ ବିମାନଟି ଉଡାଣ ଭରିଛି ।

ରିପୋର୍ଟ ମୁତାବକ, ସମସ୍ତ ଭାରତୀୟ ଯାତ୍ରୀ ଗତକାଲିଠାରୁ ବିମାନ ବନ୍ଦରର ସୁରକ୍ଷିତ ଅଞ୍ଚଳରେ ଥିଲେ । କାବୁଲରେ ହୋଇଥିବା ବିଶୃଙ୍ଖଳା ପରେ ଆମେରିକୀୟ ସେନା ତାହାକୁ ନିଜ କବଜାକୁ ନେଇଥିଲା । ଭାରତୀୟଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପୂର୍ବରୁ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ନମ୍ବର ଏବଂ ଇ-ମେଲ ଆଇଡି ଜାରି କରିଥିଲା ଗୃହ ମନ୍ତ୍ରଣାଳୟ ।

Leave A Reply

Your email address will not be published.