ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୁତ୍ର ସନ୍ତାନକୁ ଜନ୍ମ ଦେଲେ ୨୦୧୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଟିନା ଡାବି । ଟିନା ଜୟପୁରର ଏକ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପରିବାରରେ ଏକ ନୂତନ ସଦସ୍ୟଙ୍କ ଆଗମନ ପରେ IAS ଦମ୍ପତି ଶୁଭେଚ୍ଛା ପାଉଛନ୍ତି। ଜୁଲାଇ ୨୦୨୨ରେ ଟିନା ରାଜସ୍ଥାନର ଜୈସଲମେରର କଲେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ। ସେ କିଛି ସମୟ ପାଇଁ ମାତୃତ୍ୱ ଛୁଟିରେ ଥିଲେ। ଏହା ପରେ ଶୁକ୍ରବାର ଦିନ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ୨୦୧୫ ରେ ଆଇଏଏସ୍ ଟିନା ଡାବି UPSCରେ ଟପ୍ କରିଥିଲେ । ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଲୋକପ୍ରିୟ ଥିଲେ। ସେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରିଥା’ନ୍ତି । ସେ ଗତ ବର୍ଷ ଏପ୍ରିଲରେ ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏହି ବିବାହ ଜୟପୁରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ଏକ ପଞ୍ଚ ତାରକା ହୋଟେଲରେ ରିସେପ୍ସନ୍ କରିଥିଲେ। ଯେଉଁଥିରେ ସରକାରୀ କର୍ମଚାରୀଙ୍କ ସହ ରାଜନୈତିକ ବ୍ୟକ୍ତିତ୍ୱମାନେ ମଧ୍ୟ ଭାଗ ନେଇଥିଲେ।
ଆଇଏଏସ୍ ଟିନା ଡାବିଙ୍କ ସ୍ୱାମୀ ଆଇଏଏସ୍ ପ୍ରଦୀପ ଗାୱାଣ୍ଡେ ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ବାସିନ୍ଦା। ସେ ୨୦୧୩ ବ୍ୟାଚ୍ର IAS ଅଧିକାରୀ ଏବଂ ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ ୪୭୮ ଥିଲା । ତାଙ୍କ ବିବାହ ବିଷୟରେ ଆଇଏଏସ୍ ଟିନା ଡାବି କହିଥିଲେ ଯେ ପ୍ରଦୀପ ଜଣେ ଅତି ସରଳ ହୃଦୟ ବ୍ୟକ୍ତି।