ଅଧିକ କାଜୁ ଖାଇବା ଆପଣଙ୍କ ତ୍ୱଚା ପାଇଁ ଆଣିପାରେ ବିପଦ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଡ୍ରାଏ ଫ୍ରୁଟ୍ସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି। ଏହାର ଅନେକ ଉପକାର ରହିଛି । ହେଲେ ଅଧିକ କାଜୁ ଖାଇବା ଆପଣଙ୍କ ତ୍ୱଚା ପାଇଁ ଆଣିପାରେ ବିପଦ । ତେବେ ଚାଲନ୍ତୁ ଜାଣିବା ଗୋଟିଏ ଦିନରେ କେତେ କାଜୁ ବାଦାମ ଖାଇବା ଉଚିତ୍? ପ୍ରାୟତଃ ଲୋକଙ୍କ ପ୍ରିୟ Dry Fruit କାଜୁ । ଏଥିରେ ପୋଷକ ତତ୍ତ୍ୱରେ ଭରପୂର ପରିମାଣରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତରେ ଗୋଟିଏ ଦିନରେ କେବଳ 10-15 କାଜୁ ଖାଇବା ଉଚିତ୍ । ତେବେ କାଜୁ ହେଉ କିମ୍ବା କିଛି ଅନ୍ୟ ଜିନିଷ ହେଉ ଖାଇବା ବେଳେ ଏହା ଧ୍ୟାନରେ ରଖିବା ଉଚିତ୍ ଯେ, ଏହା ସୀମିତ ପରିମାଣରେ ଖାଇବା ଉଚିତ୍ । ଯାହା ଫଳରେ ଶରୀରରେ ଏହା ଭଲ ପ୍ରଭାବ ପଡିଥାଏ । କାଜୁ ମୁଖ୍ୟତଃ ଖିରି, ସିମେଇଆ, ମିଠା , ହାଲୱା ରେ ପଡିଥାଏ । ଏପରିତି କିଛି କିଛି ଲୋକ ଏହାକୁ ଭାଜିକି ଖାଇବା ମଧ୍ୟ ପସନ୍ଦ କରନ୍ତି । କାଜୁରେ କାର୍ବୋହାଇଡ୍ରେଟ୍, ଫାଇବର, ପ୍ରୋଟିନ୍, ଭିଟାମିନ୍ ଏ, ସି, ଇ, କେ, ବି 6, ନିୟାସିନ୍, ରାଇବୋଫ୍ଲାଭିନ, ତମ୍ବା, ଫସଫରସ୍, , ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଅନେକ ପ୍ରକାରର ରୋଗରୁ ଦୂରେଇ ରଖିବା ସହ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ହେଲେ କାଜୁ ବାଦାମକୁ ଅତ୍ୟଧିକ ପରିମାଣରେ ଖାଇବା ଦ୍ୱାରା ଏହା ଶରୀର ଓଜନ ବଢାଇଥାଏ । ତେବେ ସୁସ୍ଥ ଏବଂ ଓଜନ କମାଇବା ପାଇଁ ହେଲେ କମ୍ ପରିମାଣରେ କାଜୁ ପ୍ରତ୍ୟେକ ଦିନ ଖାଆନ୍ତୁ । ଯାହା ଆପଣଙ୍କୁ ଫିଟ୍ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିବ । ଶରୀରକୁ ଉପଯୁକ୍ତ ପରିମାଣରେ ପ୍ରୋଟିନ୍ ପାଇଁ ଦିନକୁ 15-30ଟି କାଜୁ ଖାଇପାରିବେ ଏବଂ ଏହାଠାରୁ ଅଧିକ ନୁହେଁ । ହେଲେ କାଜୁ ଖାଇବା ପରେ ଯଦି ଆପଣଙ୍କୁ ଅସୁସ୍ଥ ଲାଗୁଛି ବା ଗ୍ୟାସ ସମସ୍ୟା ସୃଷ୍ଟି ହେଉଛି ତେବେ ଡାଏଟିସିଆନଙ୍କ ପରାମର୍ଶ ନିଅନ୍ତୁ ।

Leave A Reply

Your email address will not be published.