ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୨ ଆତଙ୍କୀ । ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି । ଏପଟେ ଅନନ୍ତନାଗରେ ଭାରତୀୟ ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଲଗାତର ୪ଦିନ ହେବ ଜାରି ରହିଛି ଅପରେସନ । ଏହା ପୂର୍ବରୁ କଶ୍ମୀର ସାଉଥ ଜୋନ ପୋଲିସ ଟ୍ଵିଟ୍ କରିଥିଲା କି, ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହା ପରେ ଆଉ ଜଣେ ଆତଙ୍କୀ ନିହତ ହୋଇଥିବା ଖବର ମିଳିଛି ।
କୋକେରନାଗର ଘଞ୍ଚ ଜଙ୍ଗଲରେ ସେନା ଓ କଶ୍ମୀର ପୋଲିସ ଆତଙ୍କବାଦୀଙ୍କୁ ଖୋଜିବାକୁ ତଲାସୀ ଅଭିଯାନ ଚଲାଇଛନ୍ତି। ଆତଙ୍କବାଦୀ ମାନେ ଲୁଚିଥିବା ସନ୍ଦେହପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ ଓ କ୍ବାଡକପ୍ ଟର ଦ୍ବାରା ବୋମା ନିକ୍ଷେପ କରାଯାଉଛି। ଆଇଇଡି ବ୍ଲାଷ୍ଟ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଉଦ୍ୟମ ଜାରି ରହିଛି। ସେଠାରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ପାହାଡ଼ରେ ଲୁଚିଥିବା ଆତଙ୍କବାଦୀଙ୍କ ଉପରେ ଡ୍ରୋନ ସହାୟତାରେ ପକାଯାଉଛି ବୋମା। ସେନାର ୩ ଅଫିସର ଓ ଜଣେ ଯବାନ ସହିଦ ହେବା ପରେ ଆତଙ୍କବାଦୀଙ୍କୁ ଧରିବାକୁ ଜୋରଦାର ଚାଲିଛି ଅପରେସନ।