ଭାରତର ଆଉ ଗୋଟେ ପାଦ ବିଶ୍ୱକପ ଆଡକୁ

0

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ପୁଣି ଏକ ଦମଦାର ବିଜୟହାସଲ କରିଛି । ଆଜି ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ମାତ୍‌ ଦେଇ ଗ୍ରୁପ୍‌ ‘ଏ’ରେ ବିଜୟ ଲାଭ କରିଛି । ପୂର୍ବରୁ ଲଗାତର ତିନିଟି ବିଜୟ ସହ ଭାରତୀୟ ମହିଳା ଦଳ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିସାରିଛି ।ଆଜି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୯ ଓ୍ଵିକେଟ୍‌ ହରାଇ ମାତ୍ର ୧୧୩ ରନ୍‌ କରିଥିଲା । ଜବାବରେ ଭାରତୀୟ ଦଳ ୧୪.୪ ଓଭର୍‌ରେ ମାତ୍ର ୩ଟି ଓ୍ଵିକେଟ୍‌ ହରାଇ ୧୧୬ ରନ୍‌ କରିଛି । ଓପ୍ନର ଶେଫାଳି ବର୍ମା ୩୪ ବଲ୍‌ରେ ୪୭ ରନ୍‌ କରିଥିବାବେଳେ ରାଧା ଯାଦବ ୨୩ ରନ୍‌ରେ ୪ଟି ଏବଂ ଗାଏକ୍ୱାର୍ଡ଼ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଯାହାଫଳରେ ଦଳର ବିଜୟ ପାଇଁ ବାଟ ଫିଟିଯାଇଥିଲା ।ଅଧିନାୟିକା ହରମନପ୍ରୀତ କୌର ୧୫ ରନ୍‌ କରିଥିବା ବେଳେ ଜେମିମା ରଡ୍ରିଗୁଏଜ୍‌ ୧୧ ଓ ଦୀପ୍ତି ଶର୍ମା ଅପରାଜିତ ୮ ରନ୍‌ କରିଛନ୍ତି ।ସେହିପରି ଶ୍ରୀଲଙ୍କାର ଜୟାଙ୍ଗନୀ ସର୍ବାଧିକ (୩୩ ରନ୍‌) ସ୍କୋର ଥିଲେ ।

Leave A Reply

Your email address will not be published.