ଭାରତୀୟ ପାସପୋର୍ଟ ଥିଲେ ବିନା ଭିସାରେ ୫୭ ଦେଶକୁ ଯାଇପାରିବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାସପୋର୍ଟ ଇଣ୍ଡେକ୍ସ ରାଙ୍କିଂରେ ଭାରତ ପାଇଁ ଆସିଛି ଖୁସି ଖବର। ୮୫ରୁ ୮୦ ରାଙ୍କକୁ ଚଢ଼ିଲା ଭାରତ। ଏହାରି ଭିତରେ ଏକ ବଡ଼ ଖବର ହେଉଛି କିଛି ଦେଶକୁ ବିନା ଭିସାରେ ମଧ୍ୟ ଯାତ୍ରା କରିହେବ। ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ଥିଲେ ଆପଣ ୫୭ ଦେଶକୁ ବିନା ଭିସାରେ ଯାଇପାରିବେ। କିମ୍ବା ଅନ୍ ଏରାଇଭାଲ୍ ଭିସାର ସୁବିଧା ପାଇ ପାରିବେ। ଅନ୍ ଏରାଇଭାଲ ଭିସାର ଅର୍ଥ ହେଲା ସେହି ଦେଶକୁ ପହଞ୍ଚିବା ପରେ ଏୟାରପୋର୍ଟରେ ଭିସା ଆବେଦନ କରିପାରିବେ, ଏହାର ପ୍ରକ୍ରିୟା ମଧ୍ୟ ଅତି ସରଳ।

ତେବେ ଏହି ୫୭ ଦେଶ ବ୍ୟତୀତ ଅନ୍ୟ କେଉଁ ଦେଶକୁ ଗଲେ ପ୍ରଥମେ ଭିସା ଆବେଦନ କରିବାକୁ ପଡ଼ିବ, ଏଥିପାଇଁ ଯାଞ୍ଚ ହେବ ଏବଂ ଏକ ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ତେବେ ଭାରତୀୟଙ୍କୁ ବିନା ଭିସାରେ ଅନୁମତି ଥିବା କିଛି ଦେଶ ହେଲା, ଫିଜି, ନିୟୁ, ସମାଓ, ତୁବାଲୁ, ଇରାନ, ଜର୍ଡାନ, କତର, ଇଣ୍ଡୋନେସିଆ, ଆଦି।

Leave A Reply

Your email address will not be published.