ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଓଡ଼ିଆ ନ୍ୟୁଜ୍: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ବସିବ କ୍ୟାବିନେଟ ବୈଠକ । ଏହି ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଲୋଚନା ପରେ ଗୃହୀତ ହେବ । ପଞ୍ଚାୟତିରାଜ, ନଗର ଉନ୍ନୟନ, ଗୃହ, ଜଳ ସମ୍ପଦ ଏବଂ ପୂର୍ତ୍ତ ବିଭାଗର କେତେକ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଆସନ୍ତା ଗୋଟିଏ ମାସ ପରେ ବିଜେପି ଶାସନାଧୀନ ସରକାରକୁ ବର୍ଷେ ପୂର୍ତ୍ତି ପାଳନ ହେବାକୁ ଥିବାବେଳେ କ୍ୟାବିନେଟ୍‌ରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିପାରେ ବୋଲି ଶୁଣିବାକୁ ମିଳିଛି।

Leave A Reply

Your email address will not be published.