ଓଡ଼ିଆ ନ୍ୟୁଜ୍: ଭାରତର ବଢିବ ଶକ୍ତି। ଖୁବ ଶୀଘ୍ର ଭାରତକୁ ଆସୁଛି ରାଫେଲ।ଭାରତ-ପାକିସ୍ତାନ ଟେନ୍ସନ୍ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ ହୋଇଛି । ୨୬ ନୂଆ ରାଫେଲ କିଣିବା ନେଇ ଆଜି ଫ୍ରାନ୍ସ ସହ ଫାଇନାଲ ଚୁକ୍ତି କରିଛି ଭାରତ । ଭାରତୀୟ ନୌସେନାରେ ୨୬ ନୂଆ ରାଫେଲ ସାମିଲ ହେବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୬୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜଭୁତ କରିବ । ଏଥିରେ ୨୨ଟି ସିଙ୍ଗଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଡବଲ ସିଟର ଟ୍ରେନର ଯୁଦ୍ଧବିମାନ ଆସିବ ।
ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଉପସ୍ଥିତିରେ ଆଜି ଏହି ଚୁକ୍ତି ସ୍ବାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ୍ ବୈଠକରେ ଯୁଦ୍ଧବିମାନ କିଣିବାକୁ ଅନୁମତି ମିଳିଛି । ତେବେ ଆସନ୍ତା ୨୦୨୮ ରୁ ୨୦୨୯ ଭିତରେ ୨୬ ରାଫେଲ ଯୁଦ୍ଧବିମାନ ଭାରତକୁ ଆସିବ । ୨୦୩୧-୩୨ ସୁଦ୍ଧା ଏହି ଫାଇଟର ଜେଟ୍ ନୌସେନାରେ ସାମିଲ ହେବ ।