ଓଡ଼ିଆ ନ୍ୟୁଜ୍: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ। ସବୁ ଷ୍ଟେସନରେ ଫ୍ଳାଗ୍ ମାର୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି। ଏହି କ୍ରମରେ ଭୁବନେଶ୍ଵରରେ ଷ୍ଟେସନରେ RPF ପକ୍ଷରୁ ଫ୍ଳାଗ୍ ମାର୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି।
ଦିଲ୍ଲୀ, କୋଲକାତା, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ସବୁ ଷ୍ଟେଶନରେ ଫ୍ଳାଗ ମାର୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି। ଏଭଳି ସ୍ଥିତିରେ ଭୁବନେଶରରେ ରେଳ ଷ୍ଟେଶନରେ ସୋମବାର ଆର୍ପିଏଫ୍ ପକ୍ଷରୁ ଫ୍ଳାଗ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଏପରିକି ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି।
ଏପରିକି କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହ ଜନକ ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆର୍ପି କିମ୍ବା ଆର୍ପିଏଫ୍କୁ ସୂଚନା ଦେବାକୁ ଜନସାଧାରଣଙ୍କୁ କୁହାଯାଉଛି। କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିଲେ ତୁରନ୍ତ ଆର୍ପିଏଫକୁ ଖବର ଦେବାକୁ କୁହାଯାଇଛି।