ଭାରତ-ଇଂଲଣ୍ଡ ୫ମ ଟେଷ୍ଟର ପ୍ରଥମ ଇନିଂସ: ୪୧୬ ରନରେ ଟିମ୍ ଇଣ୍ଡିଆ ଅଲଆଉଟ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଭାରତ-ଇଂଲଣ୍ଡ ୫ମ ଟେଷ୍ଟର ପ୍ରଥମ ଇନିଂସ ଶେଷ ହୋଇଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଟିମ ଇଣ୍ଡିଆ ଦ୍ବିତୀୟ ଦିନ ପ୍ରଥମ ସେସନରେ ୮୪.୫ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୪୧୬ ରନ । ଦଳ ପକ୍ଷରୁ ଓପନର୍ ଶୁଭମାନ ଗିଲ ଏବଂ ଚେତେଶ୍ବର ପୁଜାରା ଭଲ ଆରମ୍ଭ ଦେଇଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲେ । ଗିଲ ବ୍ୟକ୍ତିଗତ ଭାବେ ୧୭ରନ କରି ଆଉଟ ହୋଇଥିବା ବେଳେ ପୁଜାରା ୧୩ରନ କରି ଆଉଟ ହୋଇଥିଲେ ।

ସେହିଭଳି ହନୁମା ବିହାରୀ ୨୦ରନ, ବିରାଟ କୋହଲି ୧୧ରନ, ଶ୍ରେୟସ ଆୟର ୧୫ରନ କରି ଆଉଟ ହୋଇଥିଲେ । ୯୮ ରନରେ ଦଳ ୫ ଓ୍ବିକେଟ ହରାଇ ଦଳ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ସଙ୍କଟରୁ ଉଦ୍ଧାର କରିଥିଲା ପନ୍ତ । ଦଳ ପକ୍ଷରୁ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ଦର୍ଶନୀୟ ଶତକ ହାସଲ କରି ଦଳକୁ ବଡ ସ୍କୋର ଦେବାରେ ସକ୍ଷମ ହୋଇଛନ୍ତି । ବ୍ୟକ୍ତିଗତ ଭାବେ ପନ୍ତ ୧୧ ବଲରୁ ୧୯ ଚୌକା ଏବଂ ୪ଟି ଛକା ସହାୟତାରେ ୧୪୬ରନ କରି ଆଉଟ ହୋଇଥିଲେ । ସେହିଭଳି ରବୀନ୍ଦ୍ର ଜାଡେଜା ମଧ୍ୟ ଚମତ୍କାର ଇନିଂସ ଖେଳି ଦଳକୁ ବଡ ସ୍କୋର ଦେବାରେ ସକ୍ଷମ ହୋଇଛନ୍ତି । ୧୯୪ ବଲରୁ ୧୩ଟି ଚୌକା ସହାୟତାରେ ୧୦୪ ରନ କରି ଆଉଟ ହୋଇଛନ୍ତି ଜାଡେଜା ।

Leave A Reply

Your email address will not be published.