ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ-ପାକ୍ ଘୃଣାକୁ ଏକ ରାଜନୈତିକ ଖେଳ । ଏପରି କହିଛନ୍ତି ଅଭିନେତା ତଥା ବିଜେପି ଏମପି ସନ୍ନି ଦେଓଲ। ଗଦର-୨ର ଟ୍ରେଲର ଉନ୍ମୋଚନ ଅବସରରେ ଗତକାଲି କାର୍ଗିଲ ବିଜୟ ଦିବସରେ ଦେଓଲ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ଫିଲ୍ମ ନିର୍ମାତା ଅନିଲ ଶର୍ମା, ଅଭିନେତ୍ରୀ ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
‘ଗଦର-୨’ ହେଉଛି ‘ଗଦର: ଏକ ପ୍ରେମ କଥା’ର ପରବର୍ତ୍ତୀ କ୍ରମିକ ଖଣ୍ଡ, ଯାହା ୨୦୦୧ରେ ରିଲିଜ ହୋଇଥିଲା। ହିନ୍ଦୀ ଭାଷାର ଏହି ରୋମାଣ୍ଟିକ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅନିଲ ଶର୍ମା। ୧୯୪୭ ବିଭାଜନ ସମୟର ଏକ କାହାଣୀ ଉପରେ ଫିଲ୍ମଟି ପର୍ୟ୍ୟବସିତ। ତେବେ କାହାଣୀର ସତ୍ୟତା ନେଇ କୌଣସି ପ୍ରମାଣ ନାହିଁ।