ସେପ୍ଟେମ୍ବରୁ ୨ରୁ ଭାରତ-ପାକ୍ ଟକ୍କର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଗଷ୍ଟ ୩୦ରୁ ହାଇବ୍ରିଡ୍‌ ମଡେଲରେ ଖେଳାଯିବ ଏସୀୟ କ୍ରିକେଟ୍‌ର କ୍ରିଡା ମହାକୁମ୍ଭ। ଏନେଇ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ଅପେକ୍ଷାରେ ଫ୍ୟାନ୍ ଫଲୋ। ଚଳିତ ବର୍ଷ ଏସିଆ କପ୍‌ ପାକିସ୍ତାନ ଓ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅଗଷ୍ଟ ୩୦ ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚ୍ ବାଂଲାଦେଶକୁ ଭେଟିବ ଶ୍ରୀଲଙ୍କା। ସେପ୍ଟେମ୍ବର ୨ରେ ଭାରତ ତାର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ସେପ୍ଟେମ୍ବର ୪ରେ ୨ୟ ମୁକାବିଲା ନେପାଳ ସହ ରହିଛି ।ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ ।

ଏଥିରେ ସମୁଦାୟ ୬ଟି ଦଳ ଶ୍ରୀଲଙ୍କା,ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ଆଫଗାନିସ୍ତାନ ଭାଗ ନେଉଥିବାବେଳେ ମୋଟ୍ ୧୩ଟି ମ୍ୟାଚ୍ ଖେଳାଯିବ।। ମୋଟ ୧୫ଟି ସିଜିନ୍‌ ଖେଳାଯାଇଛି ସେଥିରେ ଭାରତ ୭ଥର ଟ୍ରଫି ଜିତିଥିବା ବେଳେ ଶ୍ରୀଲଙ୍କା ୬ ଥର,ପାକିସ୍ତାନ୨ଥରଚମ୍ପିଆନ୍‌ହୋଇଛି।

Leave A Reply

Your email address will not be published.